ନିର୍ବାଚନରେ ଏଆଇ ଫଟୋ ଓ ଭିଡିଓ ଅପବ୍ୟବହାର ଉପରେ ଲାଗିବ ରୋକ୍, ଆଡଭାଇଜରୀ ଜାରି କଲେ ଇସି । ଭାରତୀୟ ନିର୍ବାଚନ କମିଶନ(ECI) ଶନିବାର ସମସ୍ତ ଜାତୀୟ ଏବଂ ରାଜ୍ୟ-ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ କଡ଼ା ପରାମର୍ଶ ଜାରି କରିଛନ୍ତି । ସେମାନଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହୃତ ଏଆଇ-ପରିବର୍ତ୍ତିତ ଚିତ୍ର, ଅଡିଓ ଏବଂ ଭିଡିଓଗୁଡ଼ିକୁ ସ୍ପଷ୍ଟ ଭାବରେ ଲେବଲ୍ କରିବାକୁ ଏବଂ ତୁରନ୍ତ ହଟାଇବାକୁ କହିଛନ୍ତି । ଏହି ନିର୍ଦ୍ଦେଶନାମା ନେଇ ଇସି ଏକ୍ସରେ ପୋଷ୍ଟ କରିଛି ।ନିର୍ବାଚନ କମିଶନ କହିଛନ୍ତି ଯେ, ଏପରି ନକଲି କୃତ୍ରିମ ତଥ୍ୟ ଦ୍ୱାରା ସୃଷ୍ଟି ହୋଇଥିବା ବିଷୟବସ୍ତୁ “ନିର୍ବାଚନ କ୍ଷେତ୍ରରେ ସମାନତାକୁ ଉଲ୍ଲଂଘନ କରୁଛି, ସମସ୍ତ ରାଜନୈତିକ ଦଳ ପାଇଁ ନିରପେକ୍ଷ ଏବଂ ସମାନ ପରିବେଶକୁ ବାଧା ଦେଉଛି, ଯାହା ନିର୍ବାଚନ ସମୟରେ ରାଜନୈତିକ ପ୍ରଚାରର ଅଖଣ୍ଡତା ବଜାୟ ରଖିବା ପାଇଁ ଜରୁରୀ ।”
