ଏପ୍ରିଲରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ। ମେ ଓ ଜୁନ୍ ମାସରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଜୁଲାଇରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇପାରେ । ଜୁନ୍ ମାସରେ ଠିକ୍ ସମୟରେ ମୌସୁମୀ ଆସିବାର ସମ୍ଭାବନା ଅଛି । ତେଣୁ ଚାଷୀମାନେ ସେହି ଅନୁସାରେ ପ୍ରସ୍ତୁତ ହେବାକୁ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳନ କହିଛନ୍ତି । ବିଭିନ୍ନ ମଡେଲ୍କୁ ଅନୁଧ୍ୟାନ କରି ପ୍ରଫେସର ପଶୁପାଳକ କହିଛନ୍ତି ଯେ ଏଥର ମୌସୁମୀ ପର୍ଯ୍ୟନ୍ତ ଏଲ୍-ନିନୋ ଆସିବ ନାହିଁ । ତେଣୁ ଜୁନ୍ ମାସରେ ସ୍ବାଭାବିକ ବର୍ଷା ହେବ। ସାଧାରଣତଃ ଏଲ୍-ନିନୋ ସମୟରେ ମୌସୁମୀ ବର୍ଷା କମିଥାଏ । ମୌସୁମୀକୁ ପ୍ରଭାବିତ କରୁଥିବା ଦ୍ବିତୀୟ କାରଣ ହେଉଛି ଇଣ୍ଡିଆନ୍ ଓସେନ୍ ଡାଇପୋଲ୍(ଆଇଓଡି)। ଆଇଇଡି ପଜେଟିଭ୍ ରହିଲେ ମୌସୁମୀ ବର୍ଷା ଭଲ ହୋଇଥାଏ । ଏଥର ଜୁନ୍ ପର୍ଯ୍ୟନ୍ତ ଆଇଇଡି ପଜିଟିଭ୍ ରହିବ । ଜୁଲାଇଠାରୁ ନେଗେଟିଭ୍ ହେବାକୁ ଥିବାରୁ ମୌସୁମୀରେ ଏହାର ପ୍ରଭାବ ପଡ଼ିବ ।
