୪ ବର୍ଷ ପରେ ଭାରତ କାବୁଲରେ ପୁଣି ଥରେ ଦୂତାବାସ ଖୋଲିବ

ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ଅମୀର ଖାନ୍‌ ମୁତ୍ତାକି ଗୋଟିଏ ସପ୍ତାହ ପାଇଁ ଭାରତ ଗସ୍ତରେ ଆସି ଦିଲ୍ଲୀ ପହଞ୍ଚିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ତାଙ୍କ ଉପରେ ଲାଗିଥିବା ଯାତ୍ରା କଟକଣା କୋହଳ କରିବାପରେ ସେ ଏହି ଯାତ୍ରା କରିଛନ୍ତି। ତେବେ ୨୦୨୧ରେ ତାଲିବାନ୍‌ ଆଫଗାନିସ୍ତାନରେ କ୍ଷମତାକୁ ଫେରିବାପରେ ଏହା କୌଣସି ତାଲିବାନ୍‌ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ। ଭାରତ ଗସ୍ତ ଅବସରରେ ଆଫ୍‌ଗାନ ମନ୍ତ୍ରୀ ଆଜି ଭାରତର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଥିଲେ।ଭାରତ ଆଫଗାନିସ୍ତାନ ସହିତ ପୂର୍ଣ୍ଣ କୂଟନୈତିକ ସମ୍ପର୍କ ପୁନଃସ୍ଥାପିତ କରିଛି ଏବଂ ଆଫଗାନିସ୍ତାନ ରାଜଧାନୀ କାବୁଲରେ ଏକ ଦୂତାବାସ ଖୋଲିବା ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି। ତାଲିବାନ-ଶାସିତ ଆଫଗାନିସ୍ତାନ ସହିତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତକୁ ଚିହ୍ନିତ କରି, ଭାରତ କାବୁଲରେ ଏହାର ମିଶନକୁ ‘ପୂର୍ଣ୍ଣ ଦୂତାବାସ ମାନ୍ୟତା’ ପ୍ରଦାନ କରିଛି।ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଆହୁରି କହିଛନ୍ତି ଆଫଗାନିସ୍ତାନରେ ବିକାଶ ଓ ସହାୟତର କାମ ଜାରି ରଖିବ ଭାରତ । ଏହା ଛଡା ଆଫଗାନିସ୍ତାନ ଯେଉଁ ପ୍ରୋଜେକ୍ଟ ଭାରତରେ ଆରମ୍ଭ କରିବା ନେଇ ଘୋଷଣା କରିଥିଲା ଏବେ ଆମେ ପୁଣି ଆରମ୍ଭ କରିବାକୁ ପ୍ରସ୍ତୁତ । ଭାରତ ଆଫଗାନିସ୍ତାନକୁ ୨୦ଟି ଆମ୍ବୁଲାନ୍ସ ଦେବାକୁ ଘୋଷଣା କରିଛି । ସେହି ପରି ଜୟଶଙ୍କର ସହ ବୈଠକ ପରେ ମୁତାକି କହିଛନ୍ତି ଭାରତ ସବୁବେଳେ ଆଫାଗାନିସ୍ତାନ ସହ ଠିଆ ହୋଇଛି । ଆମେ ଭାରତ ବିରୋଧରେ କୌଣସି ଷଡଯନ୍ତ୍ର ହେବାକୁ ଦେବୁନି । ସେହିପରି ୨ଦେଶ ମଧ୍ୟରେ ଫ୍ରାନ୍ସ ବର୍ଡର ଟେରୋରିଜିମକୁ ନେଇ ମଧ୍ୟ ଆଲୋଚନା ହୋଇଛି । ଆମିର ଖାନ ମୁତାକି ଆଫଗାନିସ୍ତାନର ପ୍ରଥମ ବୈଦେଶିକ ମନ୍ତ୍ରୀ ଯିଏ ତାଲିବାନ ଶାସନରେ ନୂଆଦିଲ୍ଲୀ ଆସିଛନ୍ତି । ଭାରତ ଆସିବା ପୂର୍ବରୁ ମୁତାକି ତାଲିବାନ ଲିଡର ଅଖୁଂଯଦା ସହ ଆଲୋଚନା କରିଥିଲେ ।

ଅଧିକ ପଢନ୍ତୁ

Odisha Darpan Digital