ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ । କଟକ ସ୍ଥିତ CRRI କ୍ୟାମ୍ପସ ମଧ୍ୟରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ ମଧ୍ୟ ଉପସ୍ଥିତ ରହିଥିଲେ । ପୂଜାର୍ଚ୍ଚନା, ହୋମଯଜ୍ଞ ପରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ।ଆଜି ଅକ୍ଷୟ ତୃତୀୟା ଅବସରରେ କଟକର ବିଦ୍ୟାଧରପୁରରେ ଥିବା କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନ ବା CRRIରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳନ କରାଯାଇଛି ।ଯୋଗ୍ୟ ଚାଷୀଙ୍କୁ ସିଏମ୍ କିଷାନ ଖରିଫ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ।ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଜମିରେ ପୂଜାପାଠ ପରେ ପ୍ରଥମ କରି ବିହନ ବୁଣି ଚାଷ କାମ ଆରମ୍ଭ କରୁଛନ୍ତି ଚାଷୀ । ଇଷ୍ଟଦେବଙ୍କୁ ପୂଜା କରି ଭଲ ଫସଲ ଓ ଅମଳ ପାଇଁ ଆଶୀର୍ବାଦନ ଲୋଡ଼ିଛନ୍ତି ।

ଅଧିକ ପଢନ୍ତୁ