ବାଦ୍ ପଡ଼ିଥିବା ଭୋଟରଙ୍କୁ ଯାଞ୍ଚ ପାଇଁ ନିର୍ଦ୍ଦେଶ । ଭୋଟର ତାଲିକାରୁ ୯.୮ ଲକ୍ଷ ଭୋଟର କଟିବା ପରେ ଚିନ୍ତାରେ ପଡ଼ିଛି ଗୃହ ବିଭାଗ । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଇଲେକ୍ଟର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ପରଠାରୁ ପ୍ରାୟ ୯.୮ ଲକ୍ଷ ନାମ କଟିଯାଇଛି। କିନ୍ତୁ ଏଥିରେ ଅନେକ ତୃଟି ନେଇ ଅଭିଯୋଗ ମିଳିଛି। ଅନେକ ମାମଲାରେ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାମ କଟାଯାଇଥିବା ସହିତ ବିଏଲଓ ମାନେ ତୃଣମୂଳ ସ୍ତରରେ ଯାଞ୍ଚ କରିନଥିବା ଅଭିଯୋଗ ଆସିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ୨ ଏପ୍ରିଲ୍ ୨୦୨୬ ପରେ ଆସିଥିବା ପ୍ରାୟ ୨ ଲକ୍ଷ Form-7 ଆବେଦନକୁ ଅସ୍ଥାୟୀ ଭାବେ ହୋଲ୍ଡରେ ରଖାଯାଇଛି।ମୃତ ଭୋଟରଙ୍କ ନାଁ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବାକୁ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର EROଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପରିବାର ଲୋକ କିମ୍ବା ନିକଟ ସଂପର୍କୀୟଙ୍କୁ ଫର୍ମ ୭ ଦାଖଲ କରିବାକୁ ହେବ।ତେବେ ଯଦି ନାଁ କଟାଯାଇଛି, ତେବେ ଭୋଟରଙ୍କ ଠିକଣାରେ ସୂଚନା ଦେବାକୁ ହେବ। ସନ୍ଦେହଜନକ, ନକଲି କିମ୍ବା ତଥ୍ୟରେ ତ୍ରୁଟି ଥିଲେ ନୋଟିସ୍ କରି ଯାଞ୍ଚ କରନ୍ତୁ । ଫର୍ମ-୭ ଆବେଦନର ୫୦% ମାମାଲାରେ ଫିଜିକାଲ ଭେରିଫିକେସନ ବାଧ୍ୟ। BLO ମାନେ ତୃଣମୂଳ ସ୍ତରରେ ଯାଞ୍ଚ କରି ନଥିବା ଅଭିଯୋଗ ପରେ ତତ୍ପରତା। ୧୯୫୦ କଲ୍ ସେଣ୍ଟର, ଇମେଲ୍ କିମ୍ବା ଅନ୍ୟ ମାଧ୍ୟମରେ ଆସୁଥିବା ମାମଲାକୁ ଗୁରୁତର ସହ ଯାଞ୍ଚ କରିବାକୁ କୁହାଯାଇଛି।
