ଅଧିକ ଖରା ହେଲେ ବନ୍ଦ କରାଯାଇପାରେ ଜନଗଣନା !

ଅଧିକ ଖରା ହେଲେ ବନ୍ଦ କରାଯାଇପାରେ ଜନଗଣନା । ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଜନଗଣନା ବେଳେ କିଛି ଅଧିକାରୀ ଅସୁସ୍ଥ ହେବା ଖବର ଆସିଛି । ଆଜି ବିଭାଗୀୟ ଅଧିକାରୀଙ୍କବୈଠକ ପାଇଁ ଡକାଯାଇଛି । ଏହା ପରେ ଜନଗଣନାରେ ନିୟୋଜିତ ଥିବା ଅଧିକାରୀଙ୍କ ସହ ବୈଠକ ହେବ । ସରକାରୀ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ବଡ଼ ଦାୟିତ୍ୱ । ଯେଉଁଠି ଆକ୍ରମଣ ହୋଇଛି । ସେହି ଘଟଣା ଉପରେ ଗୃହ ସଚିବ ଓ ଡିଜିଙ୍କ ସହ ଆଲୋଚନା ହୋଇଛି । ଅପରାଧୀଙ୍କ ସ୍ଥାନ ନାହିଁ । ଯିଏ ଆକ୍ରମଣର କରିଥିବ, ସେ ଦୋଷୀ ପାତାଳରେ ଲୁଚି ରହିଥିଲେ ବି ଖୋଜିକି ଆଣିବୁ । ଗୃହ ବିଭାଗ ସହ ଏନେଇ ଆଲୋଚନା କରାଯିବ ।ସେ କହିଛନ୍ତି ଯେ, ଜନଗଣନାରେ ନିୟୋଜିତ ଥିବା ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ସହ SOP ଆସିବ। ସେପଟେ ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି ଯେ, ଜନଗଣନା କାର୍ଯ୍ୟ ସୁରୁଖୁରରେ ଚାଲିଛି। ପ୍ରାୟ ୧ କୋଟି ଘର ଜନଗଣନା ସାରିଲାଣି। ଜନଗଣନାକାରୀମାନେ ବିଭିନ୍ନ ଅଞ୍ଚଳ ବୁଲିବା ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାହାକୁ ଆଖି ଆଗରେ ରଖି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ମଧ୍ୟ ନଜର ରଖାଯାଇଛି। ଯେଉଁଠି ଯେଉଁ ସମସ୍ୟା ସାମ୍ନାକୁ ଆସୁଛି ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଉଛି। ହିଟ୍ ୱେଭକୁ ଏଡାଇ କିପରି ଜନଗଣନା କରିହେବ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏବେ ସ୍କୁଲ ଛୁଟି ଥିବାରୁ ସକାଳେ କିମ୍ବା ଅପରାହ୍ନରେ ତାଙ୍କ ସୁବିଧା ଅନୁସାରେ ଜନଗଣନା କରିପାରିବେ।

ଅଧିକ ପଢନ୍ତୁ