ଆଜି ବିଶ୍ବ ପୃଥିବୀ ଦିବସ

ଆଜି ‘ୱାର୍ଲ୍ଡ ଆର୍ଥ ଡେ’ ବା ବିଶ୍ବ ପୃଥିବୀ ଦିବସ। ଆଜି ‘ବିଶ୍ୱ ପୃଥିବୀ ଦିବସ’ ଅବସରରେ ପୃଥିବୀକୁ ରକ୍ଷା କରିବା ପାଇଁ ସମଗ୍ର ବିଶ୍ୱ ଏକଜୁଟ ହୋଇଛି । ଏହା କେବଳ ଏକ ଉତ୍ସବ ପାଳନ ନୁହେଁ, ବରଂ ଆଗାମୀ ପିଢ଼ିର ସୁରକ୍ଷିତ ଭବିଷ୍ୟତ ପାଇଁ ଏକ ଦୃଢ଼ ସଙ୍କଳ୍ପ ନେବାର ବେଳ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।୧୯୭୦ ମସିହାରେ ଆମେରିକାରୁ ଆରମ୍ଭ ହୋଇଥିବା ‘ବିଶ୍ୱ ପୃଥିବୀ ଦିବସ’ ଆଜି ଏକ ବିଶ୍ୱସ୍ତରୀୟ ଜନ-ଆନ୍ଦୋଳନରେ ପରିଣତ ହୋଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏକ ବିଶେଷ ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷର ମୁଖ୍ୟ ବିଷୟବସ୍ତୁ ବା ଥିମ୍ ରହିଛି ‘Planet vs Plastics’ ଅର୍ଥାତ ଗ୍ରହ ବନାମ ପ୍ଲାଷ୍ଟିକ ।ଗ୍ରୀଷ୍ଣ ପ୍ରବାହ, ବନ୍ୟା, ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ସମୟରେ ପୃଥିବୀ ଦିବସ ପାଳନ ବେଶ୍ ଗୁରୁତ୍ୱ ବହନ କରେ। କାରଣ ପ୍ରକୃତିର ଚେତାବନୀ ସତ୍ତ୍ୱେ ଆମେ ଏବେ ବି ସଚେତନ ହୋଇପାରି ନାହାନ୍ତି। ଯଦି ସତର୍କତା ଅବଲମ୍ବନ କରାନଯାଏ, ତେବେ ଆଗକୁ ପୃଥିବୀବାସୀଙ୍କୁ ଯେ ଘୋର ଜଳବାୟୁ ସଙ୍କଟର ସାମ୍ନା କରିବାକୁ ପଡିବ, ତାହା ଏବେଠୁ ଅନୁମେୟ।

ପୃଥିବୀ ଦିବସ ପାଳନ କରିବାର କାରଣ
ପ୍ରଦୂଷଣ ଏବଂ ଏହାର ବିପଦ, ଜଙ୍ଗଲ ନଷ୍ଟ ଇତ୍ୟାଦି ପରିବେଶ ସୁରକ୍ଷା କ୍ଷେତ୍ରରେ ପୃଥିବୀ ଦିବସ ପାଳନ କରାଯାଏ। ଏହି ଅବସରରେ, ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମର ସହାୟତାରେ, ପରିବେଶ ଦ୍ୱାରା ସୃଷ୍ଟି ହେଉଥିବା ବିପଦ ବିଷୟରେ ଲୋକଙ୍କୁ ଅବଗତ କରାଯାଏ ଏବଂ ପୃଥିବୀକୁ ବଞ୍ଚାଇ ରଖିବା ପାଇଁ ଦାୟିତ୍ୱବାନ ହେବାକୁ ଜନ ଜାଗରଣ ସୃଷ୍ଟି କରାଯାଏ।

ଅଧିକ ପଢନ୍ତୁ