ଅବସରପ୍ରାପ୍ତ ଦୃଷ୍ଟିବାଧକ ପ୍ରଫେସର ରାଷ୍ଟ୍ରପତି ପୁରସ୍କାର ପାଇଁ ମନୋନୀତ


ରାୟଗଡା ତା ୦୧/୦୮ (ନୀପ୍ର) ଅନ୍ତର୍ଭୁକ୍ତିମୂଳକ ଶିକ୍ଷା ବା ଇନପାୱରମେଣ୍ଟ୍ ଅଫ୍ ଇନକ୍ଲୁସିଭ୍ ଏଜୁକେସନ ପାଇଁ ଚଳିତ ବର୍ଷ ରାଷ୍ଟ୍ରପତି ଙ୍କ ଠାରୁ ପୁରସ୍କାର ପାଇବେ ରାୟଗଡା ଗୈତମ୍ ନଗର ଅଞ୍ଚଳର ଦୃଷ୍ଟିବାଧିତ ପ୍ରଫେସର କାମାକ୍ଷା ପ୍ରସାଦ ଦାଶ। ଏନେଇ ଆଜି ରାଇସିନାହିଲ୍ସ୍ ରୁ ନିମନ୍ତ୍ରଣ ଆସିଛି। ଆସନ୍ତା ସ୍ବାଧୀନତା ଦିବସରେ ସେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ବର୍ଧିତ ହେବେ। ୭ବର୍ଷ ବୟସରେ ନିଜର ଦୁଇ ଆଖି ହରାଇଥିବା ପ୍ରଫେସର ଦାଶ ପାରଳାଖେମୁଣ୍ଡି ରେ ଜନ୍ମଗ୍ରହଣ କରିଥିଲେ। ପାରଳାଖେମୁଣ୍ଡି, ବ୍ରହ୍ମପୁର ଓ ଭୁବନେଶ୍ବରରେ ଉଚ୍ଚ ଶିକ୍ଷା ଲାଭ କରି ଓଡିଶା ସରକାରଙ୍କ ସମାବେଶୀ ଶିକ୍ଷାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଦୃଷ୍ଟିବାଧିତ ପିଲା ମାନଙ୍କୁ କିପରି ସମାଜର ମୁଖ୍ଯସ୍ରତରେ ସାମିଲ କରାଯିବ ସେନେଇ ଅନେକ ପଦକ୍ଷେପ ନେଇଥିବା ବେଳେ ଦୃଷ୍ଟିବାଧିତ ଆଦିବାସୀ ପିଲାଙ୍କ ପାଇଁ କାମ କରିଛନ୍ତି। ସେହିପରି ଦୃଷ୍ଟିହୀନ ହୋଇ ଭଗବତ ଗୀତାର ଅନେକ ସ୍ଲୋକ ମୁଖସ୍ତ କରିଥିବା ବେଳେ ସାହିତ୍ୟ ପ୍ରତି ମଧ୍ଯ ରୁଚି ରଖିଛନ୍ତି। ଆଜିର ଆହ୍ବାନ, ଆତ୍ମ ଦର୍ପଣ,ପରିଧି ଓ ସତ୍ଯ ଖୋଜିବା ଚାଲ ପରି ପ୍ରାୟ ୧୨ଟି ସାହିତ୍ୟ ରଚନା କରି ବିଭିନ୍ନ ଅନୁଷ୍ଠାନ ତରଫରୁ ପୁରସ୍କୃତ ହୋଇଛନ୍ତି। ସୁରଭି ଗୈରବ ଓ ସୁରଭି ରତ୍ନ ସହ ଅନେକ ସରକାରୀ ଅନୁଷ୍ଟାନ ଦ୍ବାରା ସମ୍ବର୍ଧିତ ହୋଇଛନ୍ତି ପ୍ରଫେସର କାମାକ୍ଷା ପ୍ରସାଦ ଦାଶ। ରାଷ୍ଟ୍ରପତି ଙ୍କ ନିମନ୍ତ୍ରଣ ଆସିବା ପରେ ସେ କହିଛନ୍ତି ଯେ ସେ ଏହାକୁ ନେଇ ଖୁସି ଅନୁଭବ କରିବା ସହ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ତଥା ସମାଜ ପାଇଁ ନିଜର ଦାୟିତ୍ୱ ଦ୍ୱିଗୁଣିତ ବୋଲି କହିଛନ୍ତି ।

ଅଧିକ ପଢନ୍ତୁ