ସାଧରଣତଃ ବଲିଉଡ ସେଲିବ୍ରେଟିମାନେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସବୁବେଳେ ଲାଇମଲାଇଟରେ ରହିଥାନ୍ତି । ଅନେକ ସମୟରେ ଅଭିନେତା ଓ ଅଭିନେତ୍ରୀଙ୍କ ସମ୍ପର୍କକୁ ନେଇ ମଧ୍ୟ ବିବାଦୀୟ ଖବର ସାମ୍ନାକୁ ଆସିଛି । ସେହିଭଳି ବର୍ତ୍ତମାନ ବଲିଉଡ୍ ଅଭିନେତା ଅର୍ଜୁନ କପୁରଙ୍କ ବ୍ୟକ୍ତିଗତ ଜୀବନ ପୁଣି ଥରେ ଚର୍ଚ୍ଚାରେ ଅହିଛି ।ଅର୍ଜୁନ କପୁର ଓ ଅଭିନେତ୍ରୀ ସାହିବା ବାଲିଙ୍କୁ ଏକାଠି ଦେଖାଯିବା ପରେ ସେମାନଙ୍କ ଡେଟିଂ ନେଇ ଅନୁମାନ ଆରମ୍ଭ ହୋଇଛି । ଅର୍ଜୁନ କପୁର ଓ ସାହିବା ବାଲିଙ୍କୁ ଲଣ୍ଡନର ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ତୃତୀୟ ଦିନିକିଆ ମ୍ୟାଚ୍ ସମୟରେ ଏକାଠି ଦେଖାଯାଇଥିଲା । ୧୯ ଜୁଲାଇ ୨୦୨୬ରେ ଦୁହେଁ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବା ସମୟର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କିଛି ଦିନ ପୂର୍ବରୁ ଅର୍ଜୁନ କପୁର ଟିଭି ଶୋ ‘ଲକ୍ ଅପ୍ ୨’ରେ ପାମେଲା ସେରେନାଙ୍କୁ ମଜାରେ ପ୍ରପୋଜ୍ କରି ଚର୍ଚ୍ଚାରେ ଆସିଥିଲେ । ଏବେ ତାଙ୍କୁ ସାହିବାଙ୍କ ସହ ଲର୍ଡସ ଷ୍ଟାଡିୟମରେ ମ୍ୟାଚିଂ ବ୍ଲୁ ରଙ୍ଗର ପୋଷାକ ପିନ୍ଧିଥିବା ଦେଖାଯାଇଛି ।ଏହି କଳ୍ପନାଜଳ୍ପନା ମଧ୍ୟରେ, ସାହିବା ବାଲିଙ୍କ ପ୍ରତିକ୍ରିୟା ଏବେ ସାମ୍ନାକୁ ଆସିଛି । ସାହିବା ବାଲି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅର୍ଜୁନଙ୍କ ସହ ଭାଇରାଲ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ସବୁ କଥାରେ ବିଶ୍ୱାସ କରନାହିଁ ।” ଅଭିନେତ୍ରୀଙ୍କ ପ୍ରତିକ୍ରିୟା ସ୍ପଷ୍ଟ ଯେ ଉଭୟଙ୍କ ମଧ୍ୟରେ କୌଣସି ଡେଟିଂ ନାହିଁ ଏବଂ ସେମାନେ କେବଳ ଭଲ ବନ୍ଧୁ । ଏହା ସହିତ ସାହିବା ଅର୍ଜୁନ କପୁରଙ୍କ ସହ ଆଉ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେମାନେ ମ୍ୟାଚ୍ କରୁଥିବା ପୋଷାକ ପିନ୍ଧି ପୋଜ୍ ଦେଉଛନ୍ତି । ଅଭିନେତ୍ରୀଙ୍କ ଏହି ଫଟୋ ଅର୍ଜୁନ ଏବଂ ସାହିବାଙ୍କ ମଧ୍ୟରେ ସମ୍ପର୍କ ବିଷୟରେ ଅନୁମାନ କରୁଥିବା ଲୋକଙ୍କ ପ୍ରତି ଏକ କଡ଼ା ଜବାବ।
