ବିଧାନସଭା ବାହାରେ ବ୍ଲାକ କମାଣ୍ଡୋ ।ଅଷ୍ଟମ ଅଧିବେସନ ନେଇ ବଢ଼ିଲା ବିଧାନସଭା ସୁରକ୍ଷା । ଭିଆଇପିଙ୍କ ସୁରକ୍ଷାରେ ୩୦ପ୍ଲାଟୁନ ଫୋର୍ସ । ବିଲ୍ଡିଂ ଉପରେ ଜଗିବେ ସ୍ନାଇପର । ବିଧାନସଭା ଅଧିବେଶନ ସୁରକ୍ଷା ଦୃଷ୍ଟିରୁ ଦାୟିତ୍ବରେ ରହିବେ ୧୫୦ରୁ ଅଧିକ ଅଫିସର। ବିଧାନସଭା ସୁରକ୍ଷାର ତଦାରଖ କରିବେ ପୋଲିସ ଡିଜି ।ବିଧାନସଭା ସୁରକ୍ଷା ପାଇଁ ଡ୍ରୋନ୍ ମହଜୁଦ ରହିବ । କୌଣସି ସମୟରେ ଭିଡ଼ ନିୟନ୍ତ୍ରଣ ବାହାରକୁ ଗଲେ, ଡ୍ରୋନ୍ର ସହାୟତା ନିଆଯିବ ।ଆସନ୍ତା ୧୮ରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆଜିଠାରୁ ବିଧାନସଭା ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ଚାଲିଛି। ବିଧାନସଭାର କୋଣ ଅନୁକୋଣକୁ ସନ୍ଧାନୀ କୁକୁର ଓ ବମ୍ ସ୍କ୍ୱାର୍ଡ ତନ୍ନତନ୍ନ କରି ବିସ୍ଫୋରକ ସାମଗ୍ରୀ ଯାଞ୍ଚ କରୁଛନ୍ତି । ବିଧାନସଭା ବାହାରେ ଓ ଭିତରେ ସିସିଟିଭି ଜରିଆରେ ରହିବ କଡା ନଜର। କଣ୍ଟ୍ରୋଲ ରୁମ୍ ଜରିଆରେ ରଖାଯିବ ପୂରା ନଜର। ବିଧାନସଭା ସହ ବିଧାନସଭା ବାହାରେ ବିକ୍ଷୋଭକାରୀମାନଙ୍କ ଉପରେ କଡା ନଜର ରଖିବାକୁ ସାଧା ପୋଷାକରେ ମୁତୟନ ରହିବେ ପୋଲିସ ଅଧିକାରୀ ।ମହିଳା ପୋଲିସ କର୍ମଚରାଇଙ୍କୁ ମୁତୟନ କରାଯିବ।ବିଧାନସଭା ଚାରିପଟେ ଜନସାଧାରଣଙ୍କ ଯାତାୟାତ ପାଇଁ ମଧ୍ୟ କଟକଣା ରହିଛି । କେବଳ ଜରୁରୀ ସେବାରେ ନିୟୋଜିତ ଯାନବାହନ ଯାତାୟତ ପାଇଁ ଅନୁମତି ରହିଛି। ବିଧାନସଭା ପରିସରରେ ସୁରକ୍ଷା ଦୃଷ୍ଟିରୁ କଟକଣା ଜାରି । ଜନସାଧାରଣଙ୍କ ନିରାପତ୍ତା ଏବଂ ସୁଗମ ଟ୍ରାଫିକ୍ ପରିଚାଳନା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା କଟକଣା ଜାରି ହୋଇଛି ।
