ଆଇଫେଲ୍ ଟାୱାର ବିବାଦ : ମହିଳା କର୍ମଚାରୀଙ୍କୁ ନେଇ କ’ଣ ଥିଲା ପୂରା ବିବାଦ…

ସାରା ବିଶ୍ୱରୁ ଲୋକେ ପ୍ୟାରିସର ଏଫିଲ୍ ଟାୱାର ବୁଲିବାକୁ ଆସନ୍ତି । ତେବେ ସୋମବାର ଏଫିଲ୍ ଟାୱାରରେ ପ୍ରବେଶ ବନ୍ଦ ଥିଲା, ଯାହାଫଳରେ ଅନେକ ପର୍ଯ୍ୟଟକ ନିରାଶ ହୋଇଥିଲେ । ଏହା ପଛର କାରଣ ଗୋଟିଏ ହିନ୍ଦୁ ଧାର୍ମିକ ଗ୍ରୁପ୍‌ ବୋଲି କୁହାଯାଉଛି । BAPS ପ୍ରତିନିଧିମଣ୍ଡଳୀଙ୍କ ଗସ୍ତ ପୂର୍ବରୁ ସେଠାକାର ମହିଳା କର୍ମଚାରୀମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାକୁ ନେଇ ସେଠାରେ ନିୟୋଜିତ କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ ଏବଂ ସୋମବାର ଧର୍ମଘଟ କରିଥିଲେ । ସେଥିପାଇଁ ଏଫିଲ୍ ଟାୱାର ଗୋଟିଏ ଦିନ ପାଇଁ ବନ୍ଦ ରହିଥିଲା । ଏହି ଘଟଣାକୁ ନେଇ ପ୍ୟାରିସ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।BAPS ପକ୍ଷରୁ କୁହାଯାଇଛି ଯେ, ଆଇଫିଲ୍ ଟାୱାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଗସ୍ତର ସମୟ ଧାର୍ଯ୍ୟ କରାଯାଇଥିଲା। ଏହାଦ୍ୱାରା ସାଧାରଣ ପର୍ଯ୍ୟଟକଙ୍କୁ ଯେପରି କୌଣସି ଅସୁବିଧା ନହୁଏ, ସେଥିପାଇଁ ମଧ୍ୟ ଧ୍ୟାନ ଦିଆଯାଇଥିଲା ବୋଲି ସଂଗଠନ କହିଛି। ତେବେ ଘଟଣାକୁ ନେଇ କାହାରି ମନ ଆଘାତ ପାଇଥିଲେ କିମ୍ବା ଅସୁବିଧା ହୋଇଥିଲେ ଏଥିପାଇଁ BAPS ଦୁଃଖ ପ୍ରକାଶ କରିଛି।

ଅନ୍ୟପଟେ, ଏହି ଘଟଣାକୁ ନେଇ ପ୍ୟାରିସ୍‌ ମେୟର ଏମାନୁଏଲ୍ ଗ୍ରେଗୋଆର୍‌ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଭାବେ କାମ କରିବାର ଅଧିକାର ରହିଛି ଏବଂ ଏପରି ଭେଦଭାବ ଗ୍ରହଣୀୟ ନୁହେଁ। ଆଇଫିଲ୍ ଟାୱାରର ପରିଚାଳକ SETE ମଧ୍ୟ ସ୍ୱୀକାର କରିଛି ଯେ ପ୍ରତିନିଧି ଦଳ ପକ୍ଷରୁ ମହିଳାଙ୍କ ସହ ସମ୍ପର୍କ ସୀମିତ ରଖିବାକୁ ଅନୁରୋଧ ଆସିଥିଲା। ଏଭଳି ସର୍ତ୍ତ ଗ୍ରହଣ କରାଯିବା ଉଚିତ ନଥିଲା ବୋଲି SETE କହିଛି।

ଅଧିକ ପଢନ୍ତୁ