ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର । ଦୁଗ୍ଧ କ୍ରୟ ମୂଲ୍ୟ ବୃଦ୍ଧି କଲା ଓମ୍ଫେଡ୍ । ଆସନ୍ତା ୧୧ ରୁ ଚାଷୀଙ୍କ ଠାରୁ ଦୁଗ୍ଧ କ୍ରୟ ମୂଲ୍ୟରେ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରାଯିବ । ଏହାଦ୍ବାରା ରାଜ୍ୟର ୩ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ ହେବେ ।ବର୍ତ୍ତମାନ ସମୟରେ ଗୋ-ଖାଦ୍ୟ, ଦାନା, ଘାସ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ଦର କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହାବ୍ୟତୀତ ପରିବହନ ଖର୍ଚ୍ଚ ଏବଂ ଗାଈଗୋରୁଙ୍କ ଦୈନନ୍ଦିନ ରକ୍ଷଣାବେକ୍ଷଣ ବାବଦରେ ମଧ୍ୟ ଚାଷୀମାନଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି। ଦୁଗ୍ଧ ଉତ୍ପାଦନ ଖର୍ଚ୍ଚ ଦିନକୁ ଦିନ ବଢ଼ୁଥିବାରୁ, ଚାଷୀମାନେ ନିଜର ଉଚିତ୍ ପ୍ରାପ୍ୟ ପାଇ ପାରିବେ ତେବେ ପ୍ରତିଦିନ ଓମ୍ଫେଡ୍ ପ୍ରାୟ ୭ ଲକ୍ଷ ଲିଟର କ୍ଷୀର ସଂଗ୍ରହ କରୁଛି । ଆଗାମୀ ଦିନରେ ମେଡିକାଲ କ୍ୟାମ୍ପସ, PHC, CHC, ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ କ୍ଷୀର ଓମ୍ଫେଡ ପାର୍ଲର ଖୋଲିବ । ଏନେଇ ବୁଧବାର ସ୍ଵାସ୍ଥ୍ୟ ବିଭାଗ ସହ ଆଲୋଚନା ହେବ । ରାଜ୍ୟରେ ୫୦୦ ଓମ୍ଫେଡ୍ ପାର୍ଲର ଖୋଲାଯିବ ।
