ଆସନ୍ତା ଅକ୍ଟୋବର ମାସରେ ପିଏମ କିଷାନର 24ତମ କିସ୍ତି ମିଳିବାର ସମ୍ଭାବନା

ଆସନ୍ତା ଅକ୍ଟୋବର ମାସରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM KISAN) ଯୋଜନାର 24ତମ କିସ୍ତି ଜାରି କରିବେ କେନ୍ଦ୍ର ସରକାର । ପ୍ରତି 4 ମାସରେ ଥରେ ସରକାର କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ 2000 ଟଙ୍କା ରାଶି ପ୍ରଦାନ କରୁଛନ୍ତି । ଏହା ପୂର୍ବରୁ ଗତ ଜୁନ 20ରେ 23ତମ କିସ୍ତି ପ୍ରଦାନ କରିଥିଲେ ।ତେବେ କେନ୍ଦ୍ର ସରକାର ଏହି ଯୋଜନାରେ ପ୍ରତି କୃଷକଙ୍କ ପରିବାରକୁ ବର୍ଷକରେ 6 ହଜାର ଟଙ୍କା ପ୍ରଦାନ କରୁଛନ୍ତି । ପ୍ରତି 4 ମାସରେ ଥରେ 2 ହଜାର ଟଙ୍କା ଲେଖାଏଁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (DBT) ଜରିଆରେ ସିଧା ଚାଷୀଙ୍କ ଖାତାକୁ ପଠାଉଛନ୍ତି ସରକାର ।

ଅଧିକ ପଢନ୍ତୁ