ଜୀବନ ଯୁଦ୍ଧରେ ହାରିଗଲେ ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ । ଦୀର୍ଘ ୧ ସପ୍ତାହ ଧରି ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ଆଶୁତୋଷ । ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା । ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା । ଏମ୍ସର ବର୍ଣ୍ଣ ବିଭାଗରେ ଚାଲିଥିଲା ଚିକିତ୍ସା । ଦୁଇଦିନ ତଳେ ତାଙ୍କର ସ୍ୱାସ୍ଥ୍ୟ ବିଗିଡି ଥିବାରୁ ଭେଣ୍ଟିଲେଟର ରେ ରଖିଥିଲେ ଡାକ୍ତର । ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ମୃତ୍ୟୁ ପୂର୍ବରୁ ତାଙ୍କୁ ସ୍ତ୍ରୀ ସନ୍ଧ୍ୟା ଓ ଶାଳକ ପେଟ୍ରୋଲ୍ ଢାଳି ପୋଡ଼ି ଦେଇଥିଲେ ବୋଲି ଆଶୁତୋଷ ମୃଦଙ୍ଗିଆ କହିଥିଲେ ।ବ୍ରହ୍ମପୁର ବିଜିପୁରସ୍ଥିତ ପୁଲିସ୍ କ୍ୱାର୍ଟର୍ସରେ ଜଣେ କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ ରାତିରେ ସେ ନିଜ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। ହୁତୁହୁତୁ ହୋଇ ଜଳୁଥିବା ଅବସ୍ଥାରେ ସେ ଜୀବନ ବଞ୍ଚାଇବା ପାଇଁ ଜଣେ ପୁଲିସ ହାବିଲଦାରଙ୍କ କ୍ବାର୍ଟର୍ସ ଭିତରେ ପଶିଯାଇଥିଲେ ।
ଆଶୁତୋଷ ଓଏମ୍ଭିଡିରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ ଫଳରେ ହାବିଲଦାରଙ୍କ ଘରର କିଛି ଆସବାବପତ୍ର ମଧ୍ୟ ପୋଡ଼ିଯାଇଛି। ଆଶୁତୋଷ ଓଏମ୍ଭିଡିରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଏମ୍କେସିଜି ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
