ଆଜି ପୋଲିସ ଡିଜି ୱାଇ ବି ଖୁରାନିଆ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭିଡ ନିୟନ୍ତ୍ରଣ ତଦାରଖ କରିଛନ୍ତି ।

ପୁରୀ ଗୁଣ୍ଡିଚା ମନ୍ଦିରରେ ପୋଲିସ ଡିଜି । ଆଜି ନବମୀ ସନ୍ଧ୍ୟା ଦର୍ଶନ । ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ ।ଜନସମୁଦ୍ର ହୋଇଯାଇଛି ଶରଧାବାଲି। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ବଡ଼ଶଙ୍ଖ ଯାଏଁ ଲମ୍ବା ଲାଇନ୍। ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିବେ । ସନ୍ଧ୍ୟା ୬ଟା ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ। ଆସନ୍ତାକାଲି ବାହୁଡା ଯାତ୍ରା ପାଇଁ ବହୁ ନୀତିକାନ୍ତି ଥିବାରୁ ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ କରାଯିବ ।ଏଥିସହ ଶ୍ରୀଜୀଉଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବାହୁଡ଼ା ଯାତ୍ରା ଦିନ ରଥାରୂଢ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ ସୌଭାଗ୍ୟ ଲାଭ କରିପାରିବେ l ତେଣୁ ସନ୍ଧ୍ୟା ଦର୍ଶନ ସମ୍ପର୍କିତ ବ୍ୟବସ୍ଥା ଓ ମହାପ୍ରଭୁଙ୍କ ନୀତି ସମ୍ପାଦନରେ ସମସ୍ତ ସେବାୟତ ଓ ଶ୍ରଦ୍ଧାଳୁ ସହଯୋଗ କାମନା କରିଛି ଶ୍ରୀମନ୍ଦିର ପ୍ରଶାସନ । ଦଳାଚକଟା ଘଟଣା ପରେ ସମସ୍ତ ସ୍ଥିତିକୁ ନେଇ ଆଗୁଆ ସତର୍କ ରହିଛନ୍ତି ପୋଲିସ ଓ ପ୍ରଶାସନ ।

ଅଧିକ ପଢନ୍ତୁ

Odisha Darpan Digital