ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖରେ World Photography Day ପାଳନ କରାଯାଏ। ଏହା ଫଟୋଗ୍ରାଫରମାନଙ୍କ କାର୍ଯ୍ୟକୁ ସମ୍ମାନ ଦେବା ଏବଂ ସମାଜରେ ଫଟୋଚିତ୍ରର ମହତ୍ତ୍ୱ ବୁଝାଇବା ପାଇଁ ପାଳନ କରାଯାଏ। ୧୮୩୯ ମସିହାରେ ଫ୍ରାନ୍ସର ଲୁଇସ୍ ଡାଗୁଏରେ ଏବଂ ଜୋସେଫ୍ ନିସେଫୋରେ ନିପ୍ସ ‘ଡାଗୁଏରୋଟାଇପ୍’ ଫଟୋଗ୍ରାଫି ପ୍ରଣାଳୀ ଆବିଷ୍କାର କରିଥିଲେ।ଫ୍ରାନ୍ସ ସରକାର ଏହି ଆବିଷ୍କାରର ପେଟେଣ୍ଟ କିଣି ଅଗଷ୍ଟ ୧୯ ତାରିଖରେ ଏହାକୁ ବିଶ୍ୱବାସୀଙ୍କ ପାଇଁ ଉତ୍ସର୍ଗ କରିଥିଲେ।ଗୋଟିଏ ଫଟୋ ହଜାରେ ଶବ୍ଦଠାରୁ ଅଧିକ ଭାବ ବ୍ୟକ୍ତ କରିଥାଏ ବୋଲି କୁହାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ଯେ ଜୀବନର ଅଭୁଲା ମୁହୂର୍ତ୍ତକୁ କ୍ୟାମେରାରେ ବନ୍ଦୀ କରି ଭବିଷ୍ୟତ ପାଇଁ ସାଇତି ରଖିବା।କଳାକୁ ପ୍ରୋତ୍ସାହନ: ନୂତନ ଫଟୋଗ୍ରାଫରମାନଙ୍କୁ ସେମାନଙ୍କ କଳା ପ୍ରଦର୍ଶନ ପାଇଁ ପ୍ରେରଣା ଦେବା।ପ୍ରକୃତି, ସଂସ୍କୃତି, ଏବଂ ସମାଜର ବାସ୍ତବତାକୁ ଲୋକଲୁଚାଣକୁ ଆଣିବା।ଅତ୍ୟାଧୁନିକ ଟେକ୍ନୋଲୋଜି ଦିନକୁ ଦିନ ଫଟୋ ଓ ଫଟୋଗ୍ରାଫିକୁ ନୂଆ ଦିଶା ଦେଉଛି। କେବଳ ଷ୍ଟିଲ୍ ଫଟୋ ଉଠାଇବାରେ ସୀମିତ ଥିବା କ୍ୟାମେରା ଏବେ ଭିଡିଓ ରେକର୍ଡିଂରୁ ଆରମ୍ଭକରି ଫଟୋ ଶେୟାରିଂ ଓ ଏଡିଟିଂ ଭଳି ଅପସନ୍ ଯୋଗାଇଦେଉଛି। ଅଧିକାଂଶ ହାଇଏଣ୍ଡ୍ କ୍ୟାମେରାରେ ଆଜିକାଲି ଫଟୋ ଉଠାଇବା ସହ ଏଚ୍ଡି ଭିଡିଓ ରେକର୍ଡିଂର ଅପସନ୍ ରହୁଛି। ଅଡିଓ ଓ ଭିଡିଓ ରେକର୍ଡିଂ ସହ କେତେକ କ୍ୟାମେରାରେ ଜିପିଏସ୍ ୟୁନିଟ୍ ମଧ୍ୟ ରହୁଛି। ଫଳରେ ଫଟୋ ଉଠାଇବା ବେଳେ ଉକ୍ତ ସ୍ଥାନର ଲୋକେଶନ୍ ମଧ୍ୟ ସେଥିରେ କ୍ୟାପ୍ଚର କରିହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ଅତ୍ୟାଧୁନିକ କ୍ୟାମେରାଗୁଡ଼ିକରେ ଆଜିକାଲି ଓ୍ବାଇ ଫାଇ ଫିଚର୍ ରହୁଥିବାରୁ ଫଟୋ ଉଠାଇ ତାହାକୁ ସଙ୍ଗେସଙ୍ଗେ ଅନ୍ୟମାନଙ୍କ ସହ ଶେୟାର ଓ ଅପ୍ଲୋଡ୍ କରିହେଉଛି। ଫଳରେ କମ୍ପ୍ୟୁଟର୍କୁ ଟ୍ରାନ୍ସଫର କରିବାର ନା ଝିନଝଟ ରହୁଛି ନା ଡାଟାକେବୁଲ୍, ପେନ୍ଡ୍ରାଇଭ୍ ଧରି ବୁଲିବାର ଚିନ୍ତା ରହୁଛି। ଆଜି ସମୟ ସହିତ ଫଟୋଗ୍ରାଫି ବିକଶିତ ହୋଇଛି। ଅନେକ ଲୋକଙ୍କ ପାଇଁ, ଏହା ଏକ ହବିରୁ ଏକ ପୂର୍ଣ୍ଣାଙ୍ଗ କ୍ୟାରିଅରରେ ପରିଣତ ହୋଇଛି।
