ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର । ବ୍ୟାଙ୍କ ପକ୍ଷରୁ କିଛି ନିଷ୍କ୍ରିୟ ଆକାଉଣ୍ଟକୁ ନେଇ ଆଲର୍ଟ ଜାରି କରାଯାଇଛି । ଏହି ଆକାଉଣ୍ଟଗୁଡ଼ିକୁ ଆସନ୍ତା ସେପ୍ଟେମ୍ବର ୧୩ ପରେ ବନ୍ଦ କରାଯାଇପାରେ । PNBର ସୂଚନା ଅନୁସାରେ, ଯେଉଁ ଆକାଉଣ୍ଟରେ ୩ ବର୍ଷ ଧରି କୌଣସି ପ୍ରକାରର ଟ୍ରାଞ୍ଜାକ୍ସନ ହୋଇନାହିଁ ଏବଂ ଆକାଉଣ୍ଟରେ ବାଲାନ୍ସ ଶୂନ ରହିଛି, ସେହି ଆକାଉଣ୍ଟଗୁଡ଼ିକୁ ନେଇ ଏହି ପଦକ୍ଷେପ ନିଆଯାଉଛି । ବ୍ୟାଙ୍କର ଆଲର୍ଟରେ ୩୦ ଜୁନ୍ ୨୦୨୬କୁ ଆଧାର କରି ଏହି ଆକାଉଣ୍ଟଗୁଡ଼ିକର ସ୍ଥିତି ଯାଞ୍ଚ କରାଯାଇଛି ।PNBରେ ଆପଣଙ୍କର କୌଣସି ପୁରୁଣା କିମ୍ବା ନିଷ୍କ୍ରିୟ ଜିରୋ ବାଲାନ୍ସ ଆକାଉଣ୍ଟ ଥିଲେ, ତାହାର ସ୍ଥିତି ଯାଞ୍ଚ କରନ୍ତୁ । ସମୟସୀମା ପୂର୍ବରୁ KYC ସମ୍ପୂର୍ଣ୍ଣ କରି ଆକାଉଣ୍ଟକୁ ଆକ୍ଟିଭ୍ କରାଇ ନିଅନ୍ତୁ
