ଆଦ୍ୟ ତା ଏପ୍ରିଲ ମାସ ୨୯ ତାରିଖ ଦିନ ୧୨ ଟା ସମୟରେ ରାଜ୍ୟ ଉତ୍କକ ସାମ୍ବାଦିକ ସଂଘ ସଭାପତି ବିଭୁତି କର ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ଜିଲ୍ଳା ଶାଖା ତରଫରୁ ରାୟଗଡ଼ା ଜିଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ୬ ଦଫା ଦାବିପତ୍ର ଦିଆଯାଇଛି । ଏହି ଦାବିପତ୍ର ଜିଲାପାଳଙ୍କ କାର୍ଯ୍ୟାଳୟରେ ଜିଲାପାଳଙ୍କ ଅନୁପସ୍ଥିତି କ୍ରମେ ଅତିରିକ୍ତ ଜିଲ୍ଲପାଳ ନବୀନ ନାୟକଙ୍କୁ ପ୍ରଦାନ କରଯାଇଥିଲା। ଉକ୍ତ ଦାବି ଗୁଡିକ ହେଲା ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ପେନସନ୍ ପ୍ରଦାନ, ସ୍ବାସ୍ଥ୍ୟ ବୀମା ଯୋଜନାର ସମ୍ପ୍ରସାରଣ, ବ୍ୟାପକ ଅଧିସ୍ବୀକୃତି ପ୍ରଦାନ, ପ୍ରେସ୍ ଏକାଡେମୀ ଗଠନ, ଅନୁକମ୍ପା ରାଶି ଦଶ ଲକ୍ଷକୁ ବୃଦ୍ଧି ପ୍ରମୁଖ ଦାବି ଗୁଡିକ ଲାଗୁ କରିବା ନେଇ ଦାବି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ସଭାପତି ସୁରେଶ ଦାଶ, ଜିଲ୍ଲା ସଂପାଦକ ବିଜୟ କୁମାର ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ପାଣିଗ୍ରାହୀ, ଶିବାଜୀ ଦାଶ ନିରଞ୍ଜନ ପାଳ, ଧରଣୀ ଧର ପଟ୍ଟନାୟକ, ଇପିଲି ରମେଶ,ସୁରେଶ ନାୟକ,ଦେବୀ ମହାନ୍ତି, ଗୋପୀ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ ।
