ଆମ ଆଦମୀ ପାର୍ଟିର ସାତ ଜଣ ଏମପି ରାଘବ ଚଢା ଏବଂ ସନ୍ଦୀପ ପାଠକଙ୍କ ସମେତ ୭ଜଣ ଦଳ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି। ଏମାନଙ୍କ ମଧ୍ୟରୁ ଚାରି ଜଣ ଏମପି ଭାରତୀୟ ଜନତା ପାର୍ଟି (ଭାଜପା)ରେ ମଧ୍ୟ ଯୋଗ ଦେଇଛନ୍ତି।କଂଗ୍ରେସ ଦଳ ଏଏପି ଭିତରେ ଏହି ଫାଟ ସମ୍ପର୍କରେ ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଛି। କଂଗ୍ରେସ ମହାସଚିବ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ମନ୍ତବ୍ୟ ଦେଇଛନ୍ତି ଯେ ଭାଜପାର ‘ୱାଶିଂ ମେଶିନ‘ ପୁଣି ଥରେ ସକ୍ରିୟ ହୋଇଛି – ‘ମୋଦି ୱାଶିଂ ପାଉଡର’ ସହିତ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ରେ ପୋଷ୍ଟ କରି ଜୟରାମ ରମେଶ କହିଛନ୍ତି ଯେ ଯେଉଁମାନେ ଥରେ ନିଜକୁ ସଦଗୁଣ, ସଚ୍ଚୋଟତା ଏବଂ ବିଚାରଧାରାର ପ୍ରତିମୂର୍ତ୍ତି ଭାବରେ ପ୍ରଦର୍ଶିତ କରୁଥିଲେ ସେମାନେ ଏବେ ସମ୍ପୂର୍ଣ୍ଣ ଭାବରେ ଅକାମୀ ହୋଇଛନ୍ତି। ଅନ୍ୟପଟେ ରାହୁଲ ଗାନ୍ଧୀ ଆରଏସଏସକୁ “ରାଷ୍ଟ୍ରୀୟ ସରେଣ୍ଡର ସଂଘ” ବୋଲି ଆକ୍ଷେପ କରିବା ସହ ସଂଘକୁ “ଫର୍ଜି” ବୋଲି କହିଛନ୍ତି।ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟ ସେୟାର କରି ରାହୁଲ ଗାନ୍ଧୀ ଲେଖିଛନ୍ତି, ରାଷ୍ଟ୍ରୀୟ ସରେଣ୍ଡର ସଂଘ। ନାଗପୁରରେ ଫାର୍ଜି ରାଷ୍ଟ୍ରବାଦ। ଆମେରିକାରେ ଶୁଦ୍ଧ ସେବା।
