ଆସନ୍ତା ୧୨ ତାରିଖରେ ଚଳିତ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଅନୁଷ୍ଠିତ ହେବ । ତେବେ ଏହି ପୂର୍ଣ୍ଣ ଗ୍ରାସ ସୂର୍ଯ୍ୟପରାଗ ଭାରତ କିମ୍ବା ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ । ସୂର୍ଯ୍ୟପରାଗ କିଛି କ୍ଷଣ ବା ମୁହୂର୍ତ୍ତ ପାଇଁ ଓଡ଼ିଶା କିମ୍ବା ଭାରତରେ ଦୃଶ୍ୟମାନ ହେଉନଥିବାରୁ ଏହା ଆଦୌ ପାଳନୀୟ ନୁହେଁ । ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଯେତେବେଳେ ସିଧାସଳଖ ଅତିକ୍ରମ କରେ, ପୂର୍ଣ୍ଣ ସୂର୍ଯ୍ୟପରାଗ ହୁଏ । ଏହା ସୂର୍ଯ୍ୟାଲୋକକୁ ସମ୍ପୂର୍ଣ୍ଣ ଅବରୋଦ୍ଧ କରିଦିଏ । ଏହି ୩ ଖଗୋଳୀୟ ପିଣ୍ଡ ଆପାତତଃ ଗୋଟିଏ ସରଳରେଖାରେ ରହିଲେ, ଏହି ଘଟଣା ଘଟେ । କେବଳ ଅମାବାସ୍ୟା ସମୟରେ ହିଁ ଏହି ମହାଜାଗତିକ ଘଟଣା ଘଟିପାରେ। ସୂର୍ଯ୍ୟ ଯଦିଓ ଚନ୍ଦ୍ରଠାରୁ ୪୦୦ ଗୁଣ ବିଶାଳ ଓ ପୃଥିବୀଠୁ ପ୍ରାୟ ୪୦୦ ଗୁଣ ଦୂରରେ ଅବସ୍ଥିତ, ସେଥିପାଇଁ ଆକାଶରେ ଉଭୟଙ୍କ ଆକାର ପ୍ରାୟତଃ ସମାନ ଦିଶେ । ସେହିପରି ଅଗଷ୍ଟ ୨୮ ତାରିଖରେ ଆଂଶିକ ଚନ୍ଦ୍ରଗ୍ରହଣ ପଡୁଛି । ଏହା ମଧ୍ୟ ଓଡ଼ିଶା କିମ୍ବା ଭାରତରେ ଦୃଶ୍ୟମାନ ହେବ ନାହିଁ । ତେବେ ମାତ୍ର ୧୫ ଦିନ ବ୍ୟବଧାନରେ ଗୋଟିଏ ସୂର୍ଯ୍ୟପରାଗ ଓ ଗୋଟିଏ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଶାସ୍ତ୍ର ,ଇତିହାସ ଆଧାରରେ ଏହା ବିଶ୍ୱ ପାଇଁ ଶୁଭଙ୍କର ନୁହେଁ ବୋଲି ସେ କହିଛନ୍ତି ।
