ସାରା ରାଜ୍ୟରେ ଅସହ୍ୟ ତାତି। ଜଳୁଛି ପଶ୍ଚିମରୁ ଉପକୂଳ। ପାଣିପାଗ ବିଭାଗ ଆକଳନ କରିଛି, ୫-୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରତିଦିନ କିଛି କିଛି ଜାଗାରେ କାଳବୈଶାଖୀ ବର୍ଷା ହୋଇପାରେ । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କେତେକ ଜିଲ୍ଲା ସହ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଗରମ ସାଙ୍ଗକୁ ଗୁଳୁଗୁଳି ଲାଗି ରହିବ ।ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା, କେନ୍ଦ୍ରୀୟ ଭାରତ ଉପରେ ଥିବା ଟ୍ରଫଲାଇନ ଯୋଗୁ ବଙ୍ଗୋପସାଗର ପବନ ରାଜ୍ୟକୁ ଆସିପାରୁନି । ତେଣୁ ଜଳୀୟବାଷ୍ପ କମ୍ ରହୁଛି। ଏଥିଯୋଗୁ ତାତି ଅଚାନକ ବଢ଼ିଯାଇଛି । ଆସନ୍ତା ୨/୩ ଦିନ ଭିତରେ ଟ୍ରପଲାଇନର ପ୍ରଭାବ କମିଯିବ । ତଥାପି ରାଜ୍ୟରେ ଗରମ ପ୍ରକୋପ ୧୧ ତାରିଖ ପର୍ଯ୍ୟନ୍ତ ରହିପାରେ ।ଆସନ୍ତା ୪ଘଣ୍ଟା ମଧ୍ୟରେ ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲାକୁ କାଳବୈଶାଖୀ ପାଇଁ ଅରେଞ୍ଜ ୱାଣ୍ଟିଂ ଜାରି କରାଯାଇଛି।
