ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ନୀତି ନିର୍ଦ୍ଧାରକ, ଶକ୍ତି ବିଶେଷଜ୍ଞ, ବିକାଶକାରୀ ଓ କୃଷି କ୍ଷେତ୍ରର ପ୍ରତିନିଧିମାନଙ୍କୁ ନେଇ “ଓଡ଼ିଶାରେ ଜଳବାୟୁ-ସହନଶୀଳ ଅଭିବୃଦ୍ଧି ପାଇଁ ଏଗ୍ରି-ପିଭି (AgriPV) ର ସମ୍ପ୍ରସାରଣ” ଶୀର୍ଷକ ଏକ ଉଚ୍ଚସ୍ତରୀୟ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି।ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏଥିରେ ରାଜ୍ୟରେ କୃଷି ଓ ଶକ୍ତି କ୍ଷେତ୍ରର ମିଳିତ ଅଭିବୃଦ୍ଧି ବିଷୟରେ ଆଲୋଚନା କରାଯାଇଛି। ନୀତି ନିର୍ଦ୍ଧାରକ, ଶକ୍ତି ବିଶେଷଜ୍ଞ, ବିକାଶକାରୀ ଓ କୃଷି କ୍ଷେତ୍ରର ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ।
ଉପ-ମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି ଯେ, ଏଗ୍ରି-ପିଭି (AgriPV) ଓଡ଼ିଶାର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ସହ ଚାଷୀଙ୍କ ଆୟ ବୃଦ୍ଧି କରିପାରିବ। ଏହା ବିକଶିତ ଓଡ଼ିଶା ଅଧୀନରେ ଏକ ଜଳବାୟୁ-ସହନଶୀଳ ଏବଂ ଚାଷୀ-କୈନ୍ଦ୍ରିକ ମଡେଲ ସୃଷ୍ଟି କରିବ।ଓଡ଼ିଶାରେ ଏଗ୍ରି-ପିଭି (AgriPV) ର ବ୍ୟାପକ ପ୍ରସାର ପାଇଁ ନୀତି, ଆର୍ଥିକ ବ୍ୟବସ୍ଥା ଏବଂ କାର୍ଯ୍ୟାନ୍ୱୟନ କୌଶଳ ଉପରେ ବୈଷୟିକ ଆଲୋଚନା ସହିତ ଏହି କର୍ମଶାଳା ସମାପ୍ତ ହୋଇଛି।
