ରାଜ୍ୟ ସରକାରଙ୍କୁ ବିଜେଡିର ପ୍ରଶ୍ନ । ସିଏମ କିଷାନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ହ୍ରାସକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି ।ଗତ ଥର ସିଏମ୍ କିଷାନ କିସ୍ତି ଜରିଆରେ ୫୧ ଲକ୍ଷରୁ ଅଧିକ ଚାଷୀଙ୍କ ସହାୟତା ରାଶି ବଣ୍ଟନ କରିଥିଲେ ରାଜ୍ୟ ସରକାର । କିନ୍ତୁ ଚଳିତ ଥର ୪୨ ଲକ୍ଷ ୬୮ ହଜାର ୫ ଶହ ୪୨ ଜଣ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି ସରକାର । ଗତ ଥର ତୁଳନାରେ ଏଥର ପାଖାପାଖି ୧୦ ଲକ୍ଷ ଚାଷୀଙ୍କ ନାଁ ବାଦ୍ ପଡିଛି । ତେବେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି।ଏତେ ସଂଖ୍ୟାରେ ଚାଷୀ କାହିଁକି ବାଦ୍ ପଡ଼ିଲେ । ୫୧ ଲକ୍ଷରୁ ଏକାଥରକେ ୪୧ ଲକ୍ଷକୁ ଆସିଗଲା । ଏହା କଣ ଚାଷୀଙ୍କ ଅକ୍ଷୟ ତୃତୀୟାରେ ତୃତୀୟ ଭେଟି । ଧାନ ସଂଗ୍ରହ ନକରି ଚାଷୀଙ୍କ ପେଟକୁ ଲାତ ମାରିଥିଲେ ସରକାର । ଆଉ ଏବେ ସିଏମ୍ କିଷାନ ଅର୍ଥ କାଟି ଚାଷୀଙ୍କ ସରକାର ଧୋକା ଦେଇଛନ୍ତି ।
