ଏହି ଦିନ କାମ କରିବନି UPI !QR ସ୍କାନ୍ କରି ପେମେଣ୍ଟ କରିବାରେ ହୋଇପାରେ ସମସ୍ୟା । 

ୟୁପିଆଇ (UPI) ଚାର୍ଜକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। ଏହାର ପ୍ରତିବାଦରେ ଫେଡେରେଶନ ଅଫ ଅଲ ଇଣ୍ଡିଆ ବ୍ୟାପାର ମଣ୍ଡଳ (FAIVM) ଏବଂ କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ (CAIT) ଭଳି ପ୍ରମୁଖ ବ୍ୟବସାୟୀ ସଂଗଠନ ‘ନୋ ୟୁପିଆଇ ଡେ’ ପାଳନ କରିବାକୁ ଘୋଷଣା କରିଛନ୍ତି।ବ୍ୟବସାୟୀ ସଂଗଠନଗୁଡ଼ିକର ଅସନ୍ତୋଷର ମୁଖ୍ୟ କାରଣ ହେଉଛି Merchant Discount Rate (MDR) ଫି । ବ୍ୟବସାୟୀମାନଙ୍କ ଦାବି ଅନୁସାରେ, ପେଟ୍ରୋଲ୍-ଡିଜେଲ୍, କିରାଣା, ଇଲେକ୍ଟ୍ରୋନିକ୍ସ ଓ ଅନାଜ ଭଳି କ୍ଷେତ୍ରରେ ଲାଭ ମାର୍ଜିନ୍ ପୂର୍ବରୁ ହିଁ କମ୍ ରହିଥାଏ । ଏଭଳି ପରିସ୍ଥିତିରେ UPI ପେମେଣ୍ଟ ଉପରେ ଅତିରିକ୍ତ ଚାର୍ଜ ଲାଗିଲେ ବ୍ୟବସାୟୀଙ୍କ ଉପରେ ଆର୍ଥିକ ଚାପ ବଢ଼ିବ ବୋଲି ସେମାନେ ଯୁକ୍ତି ଦେଉଛନ୍ତି ।ମଧ୍ୟପ୍ରଦେଶର ଭୋପାଳ, ଇନ୍ଦୋର, ଗ୍ୱାଲିୟର ଓ ଜବଲପୁର ଭଳି ସହରରେ ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ମଧ୍ୟ ପ୍ରତୀକାତ୍ମକ ‘No UPI Day’ ପାଳନ କରାଯାଇଥିବା ଦାବି କରାଯାଇଛି । ତେବେ ଗାନ୍ଧୀ ଜୟନ୍ତୀ ଅବସରରେ ଆସନ୍ତା ୨ ଅକ୍ଟୋବରରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ପାଳନ କରାଯିବ। ଏହି ଦିନ ବ୍ୟବସାୟୀମାନେ ଗ୍ରାହକଙ୍କଠାରୁ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଗ୍ରହଣ ନକରିବାକୁ ଆହୱାନ କରିଛନ୍ତି।

ଅଧିକ ପଢନ୍ତୁ