ଓକାକ ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ଅଭିଯୋଗ । ୭ ଦିନ ଭିତରେ ରିପୋର୍ଟ ମାଗିଲେ ମନ୍ତ୍ରୀ

OCACରେ ଦୁର୍ନୀତି ଅଭିଯୋଗ ମାମଲାରେ ରିପୋର୍ଟ ତଲବ । ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା ଅଭିଯୋଗ ମାମଲାରେ ରିପୋର୍ଟ ମାଗିଲେ ବଭାଗୀୟ ମନ୍ତ୍ରୀ । ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, OCACରେ ‘ଭର୍ଚୁଆଲ୍ କ୍ଲାସରୁମ୍’ ପ୍ରସ୍ତୁତିରେ ଆସିଥିବା ଦୁର୍ନୀତି ଅଭିଯୋଗ ନେଇ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ବିଭାଗୀୟ ସଚିବଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି ।ଆମ ସରକାର ଦୁର୍ନୀତିକୁ ପ୍ରଶୟ ଦିଏ ନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଏହି ସଂସ୍ଥାରେ କିପରି ସୁଧାର ଅଣାଯାଇ ହେବ ସେ ବିଷୟରେ ଆଲୋଚନା କରିବେ । ଏଥିରେ ଯେଉଁମାନେ ଦୋଷୀ ସାବ୍ୟସ୍ତ ହେବେ ସେମାନଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାମୁତାବକ ସରକାରୀ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ AI କ୍ଲାସରୁମ୍ ଓ କମ୍ପ୍ୟୁଟର ଲ୍ୟାବ୍ ସ୍ଥାପନା କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଗତକାଲି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ଏକ ବିଶାଳ ରାଲି ଓ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଆଇଟି ସଚିବ ବିଶାଳ ଦେବଙ୍କ ସରକାରୀ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲେ ।

ଅଧିକ ପଢନ୍ତୁ