ଓଡ଼ିଶାରେ ଭୋଟର ତାଲିକା SIR ପାଇଁ ୧୦ IAS ପର୍ଯ୍ୟବେକ୍ଷକ ନିଯୁକ୍ତ

ଓଡ଼ିଶାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR) ପ୍ରକ୍ରିୟାକୁ ସ୍ୱଚ୍ଛ, ସୁଚାରୁ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ ଓଡ଼ିଶାର ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ ଭାବେ ନିଯୁକ୍ତ କରିଛନ୍ତି।ଶ୍ରୀ ରାଜେଶ ପ୍ରଭାକର ପାଟିଲ, IAS (କମିଶନର ତଥା ସମବାୟ ବିଭାଗ ସଚିବ) ଙ୍କୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ,ଶ୍ରୀ ଅରବିନ୍ଦ ଅଗ୍ରୱାଲ, IAS (କମିଶନର ତଥା ଉଚ୍ଚଶିକ୍ଷା ବିଭାଗ ସଚିବ)ଙ୍କୁ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ,ଶ୍ରୀ ବଳବନ୍ତ ସିଂହ, IAS (କମିଶନର ତଥା ପର୍ଯ୍ୟଟନ ବିଭାଗ ସଚିବ) ଙ୍କୁ କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା,ଶ୍ରୀ ବି. ପରମେଶ୍ୱରନ, IAS (କମିଶନର ତଥା ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ସଚିବ)ଙ୍କୁ ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ,ଡ. ବିଜୟ କେତନ ଉପାଧ୍ୟାୟ, IAS (ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ)ଙ୍କୁ ଦେବଗଡ଼, ସମ୍ବଲପୁର, ବରଗଡ଼,ଶ୍ରୀ ଡି. ପ୍ରସନ୍ନ କୁମାର ରେଡ୍ଡୀ, IAS (ପ୍ରବନ୍ଧ ନିର୍ଦ୍ଦେଶକ, IDCO) ଙ୍କୁ ଗଞ୍ଜାମ, ଗଜପତି, ରାୟଗଡ଼ା,ଶ୍ରୀ ସୁଧାଂଶୁ ମୋହନ ସାମଲ, IAS (ଆରଡିସି, କେନ୍ଦ୍ରାଞ୍ଚଳ)ଙ୍କୁ କଟକ, ଢେଙ୍କାନାଳ, ଅନୁଗୋଳ,ଶ୍ରୀମତୀ ରଶ୍ମିତା ପଣ୍ଡା, IAS (କମିଶନର ତଥା MSME ବିଭାଗ ସଚିବ) ଙ୍କୁ ପୁରୀ, ଖୋରଧା ,ନୟାଗଡ଼, ଭୁବନେଶ୍ୱର,ମହମ୍ମଦ ସାଦିକ ଆଲମ, IAS (କମିଶନର ତଥା ସାଧାରଣ ଉଦ୍ୟୋଗ ବିଭାଗ ସଚିବ)ଙ୍କୁ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, IAS (ଆରଡିସି, ଉତ୍ତରାଞ୍ଚଳ/ଦକ୍ଷିଣାଞ୍ଚଳ)ଙ୍କୁ କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।ନିର୍ଦ୍ଦେଶନାମା ଅନୁଯାୟୀ, ସମସ୍ତ ପର୍ଯ୍ୟବେକ୍ଷକ ଭୋଟର ତାଲିକା ସଂଶୋଧନ ଅବଧି ମଧ୍ୟରେ ନିଜ ଦାୟିତ୍ୱପ୍ରାପ୍ତ ଜିଲ୍ଲାକୁ ଅତିକମରେ ୩ ଥର ଗସ୍ତ କରି ସ୍ଥିତି ସମୀକ୍ଷା କରିବେ। ସେମାନେ କେବଳ ଜିଲ୍ଲା ମୁଖ୍ୟାଳୟରେ ସୀମିତ ନ ରହି ବିଭିନ୍ନ ବିଧାନସଭା ମଣ୍ଡଳୀର ମତଦାନ କେନ୍ଦ୍ର ପରିଦର୍ଶନ କରିବେ।

ଗସ୍ତ ସମୟରେ ସେମାନେ ସମ୍ପୃକ୍ତ ଅଞ୍ଚଳର ସାଂସଦ, ବିଧାୟକ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ କରିବେ। ବୈଠକରେ ସେମାନଙ୍କର ଅଭିଯୋଗ ଓ ସମସ୍ୟା ଶୁଣିବା ସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସକ୍ରିୟ ସହଯୋଗ ଲୋଡ଼ିବେ। ସେହିପରି ଭୋଟର ତାଲିକା ସମ୍ବନ୍ଧୀୟ ଯେକୌଣସି ଅଭିଯୋଗ କିମ୍ବା ସମସ୍ୟା ନେଇ ସାଧାରଣ ଲୋକଙ୍କୁ ମଧ୍ୟ ପର୍ଯ୍ୟବେକ୍ଷକଙ୍କୁ ସାକ୍ଷାତ କରିବାର ସୁଯୋଗ ଦିଆଯିବ।ପର୍ଯ୍ୟବେକ୍ଷକଙ୍କ ଗସ୍ତ ସୂଚୀ ଓ ଟେଲିଫୋନ/ମୋବାଇଲ ନମ୍ବର ସମ୍ପୃକ୍ତ ଜିଲ୍ଲାରେ ବ୍ୟାପକ ଭାବେ ପ୍ରଚାର କରାଯିବ, ଯାହାଫଳରେ ସାଧାରଣ ଲୋକ ସହଜରେ ସେମାନଙ୍କ ସହ ଯୋଗାଯୋଗ କରିପାରିବେ।
ଯେଉଁ ବିଧାନସଭା ମଣ୍ଡଳୀରେ ଭୋଟରଙ୍କ ନାମ ବାଦ (Deletion) କିମ୍ବା ନୂଆ ନାମ ସଂଯୋଗ (Addition) ହାର ଜିଲ୍ଲାର ହାରାହାରି ତୁଳନାରେ ୧ ପ୍ରତିଶତରୁ ଅଧିକ କିମ୍ବା କୌଣସି ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରେ ୩ ପ୍ରତିଶତରୁ ଅଧିକ ହେବ, ସେଠାରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଓ ତାହାର କାରଣକୁ ପର୍ଯ୍ୟବେକ୍ଷକମାନେ ବ୍ୟକ୍ତିଗତ ଭାବେ ତୀକ୍ଷ୍ଣ ଯାଞ୍ଚ କରିବେ।

ଅଧିକ ପଢନ୍ତୁ