ଓଡ଼ିଶାର ଅନ୍ତରୀଣ ଡିଜିପି ହେଲେ ବିନୟତୋଷ ମିଶ୍ର

ବର୍ତ୍ତମାନର ପୋଲିସ DG ୱାଇ.ବି. ଖୁରାନିଆଙ୍କ ଅବସର ପରେ ଓଡ଼ିଶା ପୋଲିସର ଡିଜି (ହେଡ୍ ଅଫ୍ ପୋଲିସ୍ ଫୋର୍ସ) ଦାୟିତ୍ୱ ଅତିରିକ୍ତ ଭାବେ ସମ୍ଭାଳିବେ IPS ବିନୟତୋଷ ମିଶ୍ର

ସୂଚନା ମୁତାବକ ୱାଇ.ବି. ଖୁରାନିଆ ୧୬ ଅଗଷ୍ଟ ୨୦୨୬ରେ ଅବସର ଗ୍ରହଣ କରିବେ। ତାଙ୍କ ଅବସର ପରେ, ୧୬ ଅଗଷ୍ଟରୁ IPS  ବିନୟତୋଷ ମିଶ୍ର ଡିଜି (ହେଡ୍ ଅଫ୍ ପୋଲିସ୍ ଫୋର୍ସ) ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଅତିରିକ୍ତ ଦାୟିତ୍ୱ ତୁଲାଇବେ, ଏନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି

ଅଧିକ ପଢନ୍ତୁ