ଓରାଙ୍ଗଉଟାନଙ୍କୁ ସୁହାଉଛି ଓଡି଼ଶା ଜଳବାୟୁ। ଓରାଙ୍ଗଉଟାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ। ବିଭିନ୍ନ ବିଶେଷଜ୍ଞ ଡାକ୍ତରୀ ଦଳ ଚେକ୍ ଅପ୍ କରୁଛନ୍ତି। ସେମାନଙ୍କ ଓଜନ ମଧ୍ୟ ବଢ଼ୁଛି। ଆଗାମୀ ଦିନରେ DNA ଟେଷ୍ଟ କରାଯିବ। ଓରାଙ୍ଗଉଟାନ ମାନେ ପ୍ରକୃତରେ କେଉଁ ଦେଶରୁ ଆସିଛନ୍ତି, ତାହା ଜାଣିବା ପାଇଁ ଏବେ ଡିଏନଏ ଚେଷ୍ଟ କରାଯିବ । ଏଥିପାଇଁ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ସହ ଯୋଗାଯୋଗ କରାଯାଇଛି । ଖୁବଶୀଘ୍ର ଓରାଙ୍ଗଉଟାନଙ୍କ ସାମ୍ପଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ । ଡିଏନଏ ରିପୋର୍ଟ ଆସିବା ପରେ ସେମାନଙ୍କ ଉତ୍ପତ୍ତି ଓ କେଉଁ ଦେଶରୁ ଆସିଛନ୍ତି, ସେନେଇ ଅଧିକ ସ୍ପଷ୍ଟତା ମିଳିପାରିବ । ରିପୋର୍ଟ ମିଳିବା ପରେ ଏନେଇ ଭାରତ ସରକାରଙ୍କୁ ମଧ୍ୟ ଅବଗତ କରାଯିବ ।
