କଟକ ଦଶହରା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ । ଶୃଙ୍ଖଳା ରକ୍ଷା ପାଇଁ ପୁରା ସହରରେ ଲାଗିବ ୧୩ ଶହରୁ ଅଧିକ କ୍ୟାମେରା । ସହରରେ ମୁତୟନ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ । ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଏବଂ ଅସାମାଜିକ କାର୍ଯ୍ୟକଳାପ ରୋକିବା ଲାଗି ସହର ଭିତରେ ୫୦୦ ଅଫିସର, ୨ କମ୍ପାନୀ ସିଆରପିଏଫ ମୁତୟନ ହେବେ ।ଏହାସହିତ ୫୦୦ ଅଫିସର, ୨୧୦୦ ଓଆର ଏବଂ ଏପିଆର କନଷ୍ଟେବଳ, ୬ ପ୍ଲାଟୁନ ୨ କମ୍ପାନୀ ସିଏପିଏଫ ମୁତୟନ ରହିବେ । ୫୭ଟି ଏଡ଼ ପୋଷ୍ଟ ବିଭିନ୍ନ ସ୍ଥାନରେ କରାଯିବ । ଟ୍ରାଫିକ ପରିଚାଳନା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ୧୩୦୦ଟି ସିସିଟିଭିରେ ସମସ୍ତ ସ୍ଥାନ ଉପରେ ନଜର ରଖାଯିବ । କୌଣସି ସ୍ଥାନରେ ବିଶୁଙ୍ଖଳା ହେଲେ ସେହି ସ୍ଥାନରେ ଉପସ୍ଥିତ ପୋଲିସ ଅଫିସର ପଦକ୍ଷେପ ଗ୍ରହଣ କରିବେ ।ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ପୋଲିସ ବ୍ରିଫିଙ୍ଗରେ ସମସ୍ତଙ୍କ ଦାୟିତ୍ୱ ସଠିକ୍ ଭାବରେ ବୁଝାଇ ଦିଆଯାଇଛି । ଦୁର୍ଗା ପୂଜାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କଟକ ଡିସିପି କହିଛନ୍ତି ।
