କନିଷ୍ଠ ଶିକ୍ଷକ(ସ୍କିମାଟିକ୍)ଙ୍କୁ ନିୟମିତ ଘୋଷଣା କଲେ ରାଜ୍ୟ ସରକାର

ନିୟମିତ ହେଲେ ଜୁନିୟର ଶିକ୍ଷକ (ସ୍କିମାଟିକ)  ।   ଏହି ନିୟମିତକରଣ ୧ ଜାନୁଆରୀ ୨୦୨୬ରୁ ଲାଗୁ ହେବ ।  ୨୦୨୩-୨୪ ଶିକ୍ଷାବର୍ଷରେ ଯୋଜନାଭିତ୍ତିକ ଭାବେ ନିଯୁକ୍ତ ଜୁନିୟର ଶିକ୍ଷକଙ୍କ ନିୟମିତକରଣ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛି ।  ତେବେ ନିୟମିତ ଘୋଷଣା ପୂର୍ବରୁ ଯେଉଁ ସମୟ ପର୍ଯ୍ୟନ୍ତ ସେମାନେ ସ୍କିମାଟିକ୍/ଚୁକ୍ତିଭିତ୍ତିକକ୍ଷମତାରେ କାର୍ଯ୍ୟ କରିଥିଲେ, ସେହି ସମୟକୁ ନିୟମିତ ସେବା ଭାବେ ଗଣନା କରାଯିବ ନାହିଁ । ଏହି ସମୟ ପାଇଁ ନିୟମିତ ସିନିୟରିଟି କିମ୍ବା ଅନ୍ୟ କୌଣସି ନିୟମିତ ସେବା ସୁବିଧା ମିଳିବ ନାହିଁ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ଦୀର୍ଘ ଦିନ ଧରି କରି ଆସୁଥିବା ଦାବି ପୂରଣ ହୋଇଥିବାରୁ କନିଷ୍ଠ ଶିକ୍ଷକଙ୍କ ମହଲରେ ଖୁସି ଦେଖା ଦେଇଛି।

ଅଧିକ ପଢନ୍ତୁ