
ନୟାଗଡ଼,(ଓଡ଼ିଶା ଦର୍ପଣ):ହାଉସିଂ ବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ରର ପରିସରରେ ସହିଦ୍ କଷ୍ଟି ଡାକୁଆଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି। ଶିକ୍ଷାକେନ୍ଦ୍ରର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ବିଦ୍ଯାଳୟ ପରିସରରେ ଥିବା ସହିଦ୍ କଷ୍ଟି ଡାକୁଆଙ୍କ ପ୍ରତିମୂର୍ତ୍ତିରେ ନୟାଗଡ଼ ଜିଲ୍ଲା ଓକିଲ ସଂଘର ସଭାପତି ରଣଜିତ୍ ଦାସ ଓ ସେବାବ୍ରତୀ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସମେତ ଛାତ୍ରଛାତ୍ରୀ ମାନେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ସହିଦ୍ କଷ୍ଟି ଡାକୁଆଙ୍କ ସ୍ମୃତିଚାରଣ କରିଥିଲେ। ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀଯୁକ୍ତ ଦାସ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କଷ୍ଟି ଡାକୁଆଙ୍କ ଜୀବନୀ ବିଷୟରେ ଅବଗତ କରାଇଥିଲେ। ସହିଦ କଷ୍ଟି ଡାକୁଆ ଅମର ରହେ ସ୍ଲୋଗାନରେ ବିଦ୍ୟାଳୟ ପରିସର ପ୍ରକମ୍ପିତ ହୋଇଥିଲା। ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ହୋଇଥିବାରୁ ଆଜିର ପ୍ରାର୍ଥନା କାଳାଂଶରେ ସମସ୍ତ ଗୁରୁଜୀ ଗୁରୁମା ଓ ଛାତ୍ରଛାତ୍ରୀ ମାନେ ବୟସ୍କ ବ୍ଯକ୍ତି ମାନଙ୍କୁ ସମ୍ମାନ କରିବା, ସେମାନଙ୍କର ଯତ୍ନ ନେବା ଓ ସେବା କରିବା ପାଇଁ ଶପଥ ପାଠ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।
