କବିସୂର୍ଯ୍ୟନଗର ଥାର୍ଡ ଡିଗ୍ରୀ ମାମଲାରେ  ୩ ପୋଲିସ ସସପେଣ୍ଡ

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଘଟଣାରେ ପୁଲିସର କାର୍ଯ୍ୟାନୁଷ୍ଠାନ । ଘଟଣାରେ IPS ନିତେଶ କୁମାର ମିଶ୍ରା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି ହୋଇଛନ୍ତି । ସେହିପରି ତିନିଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତଙ୍କ ମଧ୍ୟରେ ଏସଆଇ ସମୀର ରାଉତ, ଏସଆଇ ବୈକୁଣ୍ଠ ନାଥ ଜେନା, କନେଷ୍ଟବଳ ସୁମନ କୁମାର ସାହୁ ଓ ହୋମଗାର୍ଡ କୃଷ୍ଣ ଚନ୍ଦ୍ର ପ୍ରଧାନ। ଡ୍ରାଇଭର କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ଵ ମୁକ୍ତ। କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ ଫାଣ୍ତିର ସମସ୍ତ କର୍ମଚାରୀଙ୍କୁ ବଦଳି ପାଇଁ ନିର୍ଦେଶ।। କିଛି ସମୟ ପୂର୍ବରୁ ଏଚଆରପିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ । ସୂଚନାଥାଉକି, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟ ନଗର ଥାନାରେ ପୋଲିସ ମାଡରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ପୋଲିସ ମାଡରେ ପ୍ରାଣ ହରାଇଥିବା ଦିବ୍ୟାଙ୍ଗ ହେଉଛନ୍ତି ସୁବୁଳିଆ ଗାଁର ୩୨ ବର୍ଷୀୟ ସୁଶାନ୍ତ ସାହୁ ତାଙ୍କ ପତ୍ନୀଙ୍କ ଅଭିଯୋଗ ହିସାବରେ ଗଲା ୨୫ ତାରିଖରେ ପଥର ବ୍ଲାଷ୍ଟିଂ ମାମାଲାରେ ସୁଶାନ୍ତଙ୍କୁ ଥାନାକୁ ପୋଲିସ ନେଇଥିଲା । କାଲି ପରିବାର ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ସୁଶାନ୍ତଙ୍କ ଚିକିତ୍ସା ପାଇଁ ପରିବାର ଲୋକେ ପ୍ରଥମେ ଆସିକା ପରେ ବ୍ରହ୍ମପୁର ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରିଥିଲେ, କିନ୍ତୁ ସେଠି ତାଙ୍କର ମୃତ୍ୟୁ ହୋଇଥିଲା ।ଥାନାରେ ମାଡ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକମାନେ ଅଭିଯୋଗ କରିଛନ୍ତି ।

ଅଧିକ ପଢନ୍ତୁ