ଦେହଜୀବୀଙ୍କୁ ପୋଲିସ ଜୋର ଜବରଦସ୍ତ ଥଇଥାନ କରିପାରିବ ନାହିଁ- ସୁପ୍ରିମକୋର୍ଟ

ଦେହଜୀବୀମାନଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ତଥା ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ନିଜ ଇଚ୍ଛାରେ ଏହି ପେଶା ଆପଣାଇଥିବା ପ୍ରାପ୍ତବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ପୋଲିସ କୌଣସି ପ୍ରକାର ହସ୍ତକ୍ଷେପ କରିପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି।ବରଂ ଏହାର ବ୍ୟବସାୟିକରଣକୁ ରୋକିବା ଅବା ଦୂର କରିବା ପାଇଁ ଚେଷ୍ଟା କରିବା । ସମ୍ବିଧାନର ଧାରା ୨୧ ଅନୁଯାୟୀ ଦେଶର ପ୍ରତ୍ୟେକ ନାଗରିକଙ୍କର ସମ୍ମାନର ସହ ବଞ୍ଚିବାର ମୌଳିକ ଅଧିକାର ରହିଛି ବୋଲି କୋର୍ଟ ଦର୍ଶାଇଛନ୍ତି।ଦେଶର ଆଇନ ଅନୁଯାୟୀ ବେଶ୍ୟାଳୟ ଚଳାଇବା ଏବଂ ମାନବ ଚାଲାଣ କରିବା ଏକ ଗୁରୁତର ଦଣ୍ଡନୀୟ ଅପରାଧ ଅଟେ। ସେହିଭଳି ନାବାଳିକାମାନଙ୍କୁ ଏହି ବୃତ୍ତିରେ ସାମିଲ କରିବା ମଧ୍ୟ ସମ୍ପୂର୍ଣ୍ଣ ବେଆଇନ। କିନ୍ତୁ କୌଣସି ପ୍ରାପ୍ତବୟସ୍କ ମହିଳା ନିଜ ଇଚ୍ଛାରେ ଦେହ ବ୍ୟବସାୟ କରୁଥିଲେ ତାହା ଅପରାଧ ନୁହେଁ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।ଦେହବେପାର ଉପରେ ସୁପ୍ରିମକୋର୍ଟଙ୍କ ସାମ୍ପ୍ରତିକ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ, ପୁଲିସ ସ୍ୱେଚ୍ଛାସେବୀ ଯୌନ କର୍ମୀଙ୍କ ମାମଲାରେ ହସ୍ତକ୍ଷେପ କରିବା କିମ୍ବା ସେମାନଙ୍କ ବିରୋଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରୁ ନିବୃତ୍ତ ରହିବା ଉଚିତ। ଯୌନ କର୍ମୀମାନଙ୍କୁ ଗିରଫ, ଦଣ୍ଡିତ କିମ୍ବା ହଇରାଣ କରାଯିବା ଉଚିତ୍ ନୁହେଁ ଏବଂ ପୁଲିସ ଚଢାଉ ସମୟରେ ସେମାନଙ୍କ ପରିଚୟ ଗୋପନ ରଖାଯିବା ଉଚିତ।

ଅଧିକ ପଢନ୍ତୁ