କର୍ଣ୍ଣାଟକରେ ୭,୦୦୦ରୁ ଅଧିକ ଛାତ୍ରଛାତ୍ରୀ HIV ପଜିଟିଭ୍, କଲେଜଗୁଡ଼ିକରେ ସ୍କ୍ରିନିଂ କ୍ୟାମ୍ପ ପାଇଁ କଡ଼ା ନିର୍ଦ୍ଦେଶ

କର୍ଣ୍ଣାଟକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଚ୍‌ଆଇଭି ସଂକ୍ରମଣକୁ ନେଇ ସାମ୍ନାକୁ ଆସିଥିବା ରିପୋର୍ଟ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି । ରିପୋର୍ଟ ଅନୁସାରେ ୭,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଏଚ୍‌ଆଇଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକ ସରକାର ରାଜ୍ୟର ସମସ୍ତ କଲେଜରେ ଏଚଆଇଭି ପରୀକ୍ଷା ଓ କାଉନସେଲିଂକୁ ନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତିର ସୁପାରିଶ ପରେ ସରକାର ନିଷ୍ପତ୍ତି ନେଇ ଏବେ ସରକାରୀ, ଅନୁଦାନପ୍ରାପ୍ତ ଏବଂ ବେସରକାରୀ କଲେଜଗୁଡ଼ିକରେ ନିୟମିତ ଭାବେ ଏଚଆଇଭି ଟେଷ୍ଟିଂ ଓ ସଚେତନତା ଶିବିର ଆୟୋଜନ କରାଯିବ । କର୍ଣ୍ଣାଟକରେ ୧୮ରୁ ୩୫ ବର୍ଷ ବୟସର ଯୁବବର୍ଗଙ୍କ ମଧ୍ୟରେ ଏଚଆଇଭି ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକାଶ କରିଛନ୍ତି। ତଥ୍ୟ ଅନୁଯାୟୀ, ୨୦୨୩-୨୪ ମସିହାରେ ଏହି ବୟସ ବର୍ଗରେ ପ୍ରାୟ ୪୪,୫୦୦ ଜଣ ଏଚଆଇଭି ସଂକ୍ରମିତ ଥିବାବେଳେ, ୨୦୨୫-୨୬ ସୁଦ୍ଧା ଏହି ସଂଖ୍ୟା ବଢ଼ି ପ୍ରାୟ ୬୬,୬୦୦ରେ ପହଞ୍ଚିଛି। ଅର୍ଥାତ୍ ମାତ୍ର ଦୁଇ ବର୍ଷ ମଧ୍ୟରେ ସଂକ୍ରମଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ଅଧିକ ପଢନ୍ତୁ