ଭାରତୀୟଙ୍କ ପ୍ରଥମ ପସନ୍ଦ ଭାତ ଓ ଡାଲି ହୋଇଥାଏ । ଆପଣ ବିଭିନ୍ନ ପ୍ରକାର ଡାଲି ଖାଇଥିବେ। ହରଡ, ମୁଗ, ମସୁର, ବୁଟ ଇତ୍ୟାଦି ଡାଲି ନିଶ୍ଚିତ ଖାଇଥିବେ । ଯାହା ଆମକୁ ଅନେକ ପ୍ରୋଟିନ ଯୋଗାଇଥାଏ । କିନ୍ତୁ ଏହିସବୁ ଡାଲି ବ୍ୟତୀତ କୋଳଥ ଡାଲି ମଧ୍ୟ ରହିଛି । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥାଏ ।
- କିଡନୀ ଷ୍ଟୋନ୍ ପାଇଁ ଲାଭଦାୟକ: ନିୟମିତ କୋଳଥ ଡାଲି କିମ୍ବା ଏହାର ପାଣି ପିଇବା ଦ୍ୱାରା ପେଟରେ ଥିବା ପଥରୀ (kidney stone) ସମସ୍ୟା ଦୂର ହୋଇଥାଏ
- ଓଜନ ହ୍ରାସ: ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଅନ୍ୟାନ୍ୟ ଉପାଦାନ ଶରୀରର ଚର୍ବି କମାଇ ମେଦବହୁଳତାକୁ ନିୟନ୍ତ୍ରଣ କରିଥାଏ
- ଡାଇବେଟିସ୍ ନିୟନ୍ତ୍ରଣ: ଏହା ରକ୍ତରେ ଶର୍କରା (blood sugar) ସ୍ତରକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରେ
- ପ୍ରୋଟିନ୍ ଓ କ୍ୟାଲସିୟମ୍: ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍, ଲୌହସାର (Iron) ଏବଂ କ୍ୟାଲସିୟମ୍ ଥାଏ
- ସର୍ଦ୍ଦି ଏବଂ କଫ : ବାରମ୍ବାର ଥଣ୍ଡା, ଅତ୍ୟଧିକ ନାକ ବନ୍ଦ ଏବଂ ନିଶ୍ୱାସ ନେବାରେ କଷ୍ଟ ହେଉଛି କିମ୍ବା ଯଦି ଆପଣ ସାଇନସ୍ ସମସ୍ୟା ରେ ପୀଡିତ ତେବେ ଆପଣ କୋଳଥ ଡାଲି ଖାଆନ୍ତୁ ।
- ହାଡ଼କୁ ମଜବୁତ କରେ : କୋଳଥ ଡାଲିରେ କ୍ୟାଲିସିୟମ ଏବଂ ଫସଫରସର ଗୁଣ ରହିଛି ।ଯାହା ହାଡ଼କୁ ମଜବୁତ କରି ରଖିଥାଏ । ଏହା ସହିତ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲୋମେଣ୍ଟାଣୀ ଗୁଣ ଥିବାରୁ ପ୍ରଦାହ ହ୍ରାସ କରିବାରେ ସାହାଯ୍ୟ କରେ ।
