କାଳବୈଶାଖୀର କ୍ଷୟକ୍ଷତି ରିପୋର୍ଟ ମାଗିଛି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ । ରିପୋର୍ଟର 24 ଘଣ୍ଟା ମଧ୍ୟରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।ସେ ଆହୁରି ମଧ୍ୟ କହିଛନ୍ତି, “ବର୍ଷ ତମାମ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତ ରୁହନ୍ତି । ଗ୍ରୀଷ୍ମପ୍ରବାହର ପ୍ରସ୍ତୁତି ଓ କାର୍ଯ୍ୟକାରିତା ଚାଲିଛି । କାଳବୈଶାଖୀ ପାଇଁ ମଧ୍ୟ ବିଭିନ୍ନ ବ୍ୟବସ୍ଥା ହୋଇଛି ।ସେ କହିଛନ୍ତି, “କାଳବୈଶାଖୀ ସମୟରେ ଲୋକେ ସତର୍କ ରୁହନ୍ତୁ । ରାସ୍ତାରେ ଗାଡି ଧରି ବୁଲନ୍ତୁ ନାହିଁ । କାଳବୈଶାଖୀ ପ୍ରଭାବରେ ଘର କିମ୍ବା ଚାଷ ପ୍ରଭାବିତ ହୋଇଥିଲେ କ୍ଷତିପୂରଣ ମିଳିବ । 24 ଘଣ୍ଟା ଭିତରେ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ରହିଛି । ବିଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କାଳବୈଶାଖୀ ଦ୍ୱାରା ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ରାମାଞ୍ଚଳରେ ଘର ଭାଙ୍ଗିଥିବା ରିପୋର୍ଟ ଆସୁଛି । ଏନେଇ ଜିଲ୍ଲାପାଳମାନଙ୍କୁ ବିସ୍ତୃତ ରିପୋର୍ଟ ବିଭାଗକୁ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କାଳବୈଶାଖୀ ହେବା ପୂର୍ବରୁ ସଂପୃକ୍ତ ଅଞ୍ଚଳର ଲୋକଙ୍କୁ ମେସେଜ ଯାଉଛି ।
