କୋଟିଆ ପ୍ରସଙ୍ଗ , ଆତ୍ମାହୁତି ନିଷ୍ପତ୍ତି ବଦଳାଇଲେ ତାରା

ବିଧାନସଭାରେ ଆତ୍ମାହୁତି ନିଷ୍ପତ୍ତିରୁ ଓହରିଲେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। କୋଟିଆ ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତି ସୁଯୋଗ ଦେବା ପରେ ନିଜ ନିଷ୍ପତ୍ତି ବଦଳାଇଥିବା କହିଛନ୍ତି ତାରା। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ କୋଟିଆ ପ୍ରସଙ୍ଗ ଉଠାଇବାକୁ ତାଙ୍କୁ ସୁଯୋଗ ମିଳିଥିଲା। ଏଥିପାଇଁ ଅତିରିକ୍ତ ୪୫ ମିନିଟ୍‌ ସମୟ ମଧ୍ୟ ମିଳିଥିବା ସେ କହିଛନ୍ତି। ଅନ୍ୟପଟେ ତାରାପ୍ରସାଦ ବାହିନୀପତି କୋଟିଆ ପ୍ରସଙ୍ଗରେ କହିଥିଲେ, ପ୍ରତିଶ୍ରୁତି ବହୁତ ମିଳୁଛି, କିନ୍ତୁ କିଛି ହେଉନି। କିଏ କେତେ ବର୍ଷ ଶାସନ କଲା ସେଥିରୁ କ’ଣ ମିଳିବ? ଆମ ମାଟିକୁ ତ ସୁରକ୍ଷା ଦେଇପାରୁନ। ଆନ୍ଧ୍ର ସୁନା ଖଣି, ରତ୍ନପଥର, ବକ୍ସାଇଟ୍, ମାଙ୍ଗାନିଜ୍ ପାଇଁ କୋଟିଆ ଉପରେ ଆଖି ପକାଇଛି। ପୂର୍ବରୁ ୭ଟି ଗାଁ ବିବାଦୀୟ ଥିଲା, ଏବେ ୨୫ରୁ ଅଧିକ ଗାଁ ବିବାଦୀୟ ହେଲାଣି। କିପରି କୋଟିଆ ବିବାଦ ସୃଷ୍ଟି ହୋଇଛି, ସେ ସଂପର୍କରେ ଶ୍ରୀ ବାହିନୀପତି ବିସ୍ତୃତ ସୂଚନା ଦେଇଥିଲେ।

ଅଧିକ ପଢନ୍ତୁ