ଭୁଲ୍ ରାସ୍ତା ଦେଖାଇଲା ଗୁଗୁଲ ମ୍ୟାପ୍। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଟ୍ରକ୍ ଡ୍ରାଇଭର। ସାରା ଦେଶରେ ଏଭଳି ଘଟଣା ଦେଖିବାକୁ ମିଳୁଥିବା ବେଳେ ଏବେ ଓଡ଼ିଶାରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। କନ୍ଧମାଳ-ଗଂଜାମ ସୀମାନ୍ତ ଗାଜଲବାଡ଼ି ନିକଟ ୫୯ ଜାତୀୟ ରାଜପଥ ଘାଟି ରାସ୍ତାରେ ଏକ ଟ୍ରକ୍ ଗତ ୩ ଦିନ ଧରି ଫଶି ରହିଛି। ଡ୍ରାଇଭର ଜଣକ ମ୍ୟାପ୍ରେ ସର୍ଟକର୍ଟ ରାସ୍ତା ଦେଖି ଯାଉଥିବା ବେଳେ କିଛି ବାଟ ଯିବା ପରେ ଏକ ଘାଟି ରାସ୍ତାରେ ଫଶି ଯାଇଛନ୍ତି। ଆଗକୁ ଅଣଓସାରିଆ ରାସ୍ତା ଥିବାରୁ ମାଲ୍ ବୋଝେଇ ଗାଡ଼ି ଧରି ସେ ଆଉ ଆଗକୁ ଯାଇନପାରି ସେଇ ରାସ୍ତା ଉପରେ ଫଶି ରହିଛନ୍ତି। ତେବେ ଏହା ଏକ ବୁଲାଣି ରାସ୍ତା ହୋଇଥିବାରୁ ଏହି ରାସ୍ତାରେ ଗାଡ଼ିମଟର ଚଳାଚଳରେ ବାଧା ଉପୁଜିଛି।
ଅନ୍ୟପକ୍ଷରେ ଗାଡ଼ିଟି ଖରାପ ହୋଇଯାଇଥିବା ଡ୍ରାଇଭର କହିଛନ୍ତି। ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।ଡ୍ରାଇଭରଙ୍କ କହିବା ଅନୁଯାୟୀ, ବିଶାଖାପାଟଣାରୁ ଏକ ଚାଉଳ ବୋଝେଇ ଟ୍ରକ ରାୟପୁର ଅଭିମୁଖେ ଯାଉଥିଲା । ଡ୍ରାଇଭର ଜଣକ ଜିପିଏସ ମ୍ୟାପ ଦେଖି ଗାଡି ଚଳାଉଥିଲେ ! ହେଲେ ଜିପିଏସ ମ୍ୟାପ ତାଙ୍କୁ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଘାଟି ରାସ୍ତାର ସର୍ଟକର୍ଟ ଦେଇ ଯିବା ଲାଗି ରାସ୍ତା ଦେଖାଇଥିଲା । ତେବେ ସେହି ଅଣ ଅସାରିଆ ଘାଟି ରାସ୍ତାରେ କୌଣସି ଭାରି ଯାନ ଯିବା ଲାଗି ନିଷେଧ ରହିଛି ! କିନ୍ତୁ ଜିପିଏସ ମ୍ୟାପ ଦେଖି ଟ୍ରକ ଚାଳକ ଘାଟି ରାସ୍ତାରେ ଗତ ୩ ଧରି ଫସି ରହିଛନ୍ତି । ଟ୍ରକ୍ଟି ଫଛକୁ ଗଡ଼ିବା ଆରମ୍ଭ କରିବା ଏବଂ ବ୍ରେକ୍ କାମ ନକରିବାରୁ ଚକା ତଳେ ବଡ଼ ବଡ଼ ପଥର ଥୋଇ ଅଟକାଯାଇଛି।