ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ

ନୂଆଦିଲ୍ଲୀର ଜାତୀୟ ଗଣମାଧ୍ୟମ କେନ୍ଦ୍ରରେ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହୋଇଛି । ଏଥିରେ ୨୦୨୪ ବର୍ଷର ଭାରତୀୟ ସିନେମାର ଶ୍ରେଷ୍ଠ କଳାକାରମାନଙ୍କୁ ସମ୍ମାନିତ କରାଯାଇଛି । ରାଜ କୁମାର ରାଓ ଅଭିନୀତ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି।ମାମୁଟ୍ଟି ଏବଂ କାର୍ତ୍ତିକ ଆର୍ଯ୍ୟନ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ ହୋଇଛନ୍ତି। ଆର୍ଟିକିଲ-୩୭୦ ପାଇଁ ୟାମି ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି। ଏପରିକି ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟଙ୍କ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ଭାବେ ବାଜି ମାରିଛି।ଫିଲ୍ମଟି କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ମେଲବୋର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ପ୍ରଶଂସା ସାଉଁଟିବା ପରେ ପରଦାରେ ମଧ୍ୟ ଭଲ ପ୍ରଦର୍ସନ କରିଥିଲା ।

ଅଧିକ ପଢନ୍ତୁ