ନାବାଳକକୁ କଙ୍ଗାରୁ କୋର୍ଟ ମାମଲା: ଜଣେ ଗିରଫ

ନାବାଳକକୁ ଉଲଗ୍ନ କରି ନିର୍ଘାତ ମାଡ଼ ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କଙ୍ଗାରୁ କୋର୍ଟ ଘଟଣାରେ ଚାଉଳିଆଗଞ୍ଜ ଥାନାରେ ପୀଡ଼ିତ ପରିବାର ପକ୍ଷରୁ ୫ ଜଣଙ୍କ ନାଁରେ ଏତଲା ଦିଆଯାଇଛି। ପୋଲିସ ଜଣେ ଅଭିଯୁକ୍ତ ଗିରଫ କରିବା ସହ ଆଉ ୩ ଜଣ ଚିହ୍ନଟ କରିଛି। ଏବେ ବିଭିନ୍ନ ଭିଡିଓ ଫୁଟେଜ ଯାଞ୍ଚ କରୁଛି ପୋଲିସ। ଆଗକୁ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ। ସୁଚନାମୂତାବକ ବ୍ୟାଟେରୀ ଚୋର ସନ୍ଦେହ କରି ଜଣେ ନାବାଳକଙ୍କୁ ଦିଆଯାଇଥିଲା ଅକଥନୀୟ ନିର୍ଯାତନା। କଙ୍ଗାରୁ କୋର୍ଟର ନିଷ୍ପତ୍ତି କ୍ରମେ ସର୍ବସାଧାରଣରେ ଉଲଗ୍ନ କରି ବିଧା ଗୋଇଠା ମରାଯାଇଥିଲା। ବାଉଁଶରେ ନିର୍ଘାତ ପିଟାଯାଇଥିଲା।  ନିର୍ଯାତନା ସମୟର ଭିଡିଓ ରେକର୍ଡ କରାଯାଇ ସୋସିଆଲ୍ ମିଡିଆରେ ବି ଛଡ଼ାଯାଇଛି। ମାଡ଼ ଖାଇଥିବା ୧୭ ବର୍ଷର ଜଣେ ନାବାଳକଙ୍କ ମା’ ଏନେଇ ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି।

ଅଧିକ ପଢନ୍ତୁ