ଆଜି ବିଶ୍ୱ ପୁସ୍ତକ ଦିବସ

ଏପ୍ରିଲ ୨୩ ତାରିଖକୁ ସାରା ବିଶ୍ୱରେ ପୁସ୍ତକ ଏବଂ କପିରାଇଟ୍ ଦିବସ ଭାବେ ପାଳନ କରାଯାଏ ।ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୧୦୦ରୁ ଅଧିକ ଦେଶରେ ପୁସ୍ତକ ଦିବସକୁ ପାଳନ କରାଯାଏ । କେବଳ ଏତିକି ନୁହେଁ ବହି ଏବଂ ଲେଖକଙ୍କୁ ପ୍ରୋତ୍ସାହନ କରିବା ପାଇଁ ବିଭିନ୍ନ ଦେଶ ନୂଆ ନୂଆ କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି ।ଆଜିର ଦିନରେ ଅର୍ଥାତ ଏପ୍ରିଲ୨୩ରେ ମହାନ ଲେଖକ ଓ୍ୱିଲିୟମ ସେକସ୍ପିୟରଙ୍କ ନିଧନ ହୋଇଥିଲା । ସେହିପରି ଲେଖକ ଇନକା ଗାରସିଲଆସୋ ଡି ଲା ଭେଗା ମଧ୍ୟ ଆଜିର ଦିନରେ ମୃତ୍ୟୁବରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ହାଲିଡୋର୍ କେ ଲକ୍ସନେସ୍, ଭ୍ଲାଦିମିର ନାବୋକୋଭ୍, ଜୋସେଫ୍ ପ୍ଲା, ମରିସ୍ ଡ୍ରୋନ୍ ଏବଂ ମାନୁଏଲ ମେଜିଆ ଭାଲେଜୋ ମଧ୍ୟଆଜିଆଖି ବୁଜିଥିଲେ ।ବିଶ୍ୱ ପୁସ୍ତକ ଦିବସ ବ୍ୟତୀତ ଆଜିର ଦିନକୁ କପିରାଇଟ୍ସ ଦିବସ ଭାବେ ପାଳନ କରାଯାଏ । କାହାର ପରିଶ୍ରମକୁ ସମ୍ମାନ ଏବଂ ସୁରକ୍ଷା ପାଇଁ କପିରାଇଟ୍ସ ଦିବସ ପାଳନ କରାଯ।ଇଥାଏ ।୧୯୯୫ରେ ୟୁନେସ୍କୋ ବିଦ୍ଧିବଦ୍ଧ ଭାବେ ଆଜିର ଦିନକୁ କପିରାଇଟ୍ସ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଉଭୟ ଦିବସ ଗୋଟିଏ ଦିନରେ ଏବଂ ସମାନ ଭାବେ ପାଳନ କରାଯାଏ । ଲେଖକ ଏବଂ ଲେଖିକାଙ୍କ ପରିଶ୍ରମର ସୁରକ୍ଷା ପାଇଁ ମଧ୍ୟ କପିରାଇଟ୍ସ ଡେରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଏ ।

ଅଧିକ ପଢନ୍ତୁ