କଟକ-ଭୁବନେଶ୍ୱର ମଧ୍ୟରେ ଟ୍ରାଫିକ୍ ଭିଡ଼ କମାଇବା ପାଇଁ ୪ଟି ନୂଆ ‘ଅଲଟରନେଟିଭ୍ ଓ୍ୱେ’ ବା ବିକଳ୍ପ ରାସ୍ତା ନିର୍ମାଣ କରାଯିବ। ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଦୁଇ ସହର ମଧ୍ୟରେ ଏକାଧିକ ଏଣ୍ଟ୍ରି ପଏଣ୍ଟ ରହିଲେ ଭିଡ଼ ହ୍ରାସ ପାଇବ। ଏଥିସହ କାଠଯୋଡ଼ି ନଦୀ ଉପରେ ଦ୍ୱିତୀୟ ବ୍ରିଜ୍ କାମ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇସାରିଛି । ସରକାରଙ୍କ ଯୋଜନା ଅନୁଯାୟୀ, ପୁରୀ, ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧାକୁ ଏକ ‘ରିଂ ରୋଡ୍’ ମାଧ୍ୟମରେ ଯୋଡ଼ାଯିବ । ବର୍ତ୍ତମାନ ଏହାର ଏଲାଇନମେଣ୍ଟ ସର୍ଭେ କାର୍ଯ୍ୟ ଜାରି ରହିଛି ଓ ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ।
