ରାୟଗଡ ଚଇତି ୨୦୨୫ ବହୁ ଆଡମ୍ବରରେ ପାଳିତ ହୋଇଯାଇଥିବା ବେଳେ ଆଜି ପ୍ରସେସନ କମିଟି ରେ ସାମିଲ ଥିବା ଅନୁଷ୍ଠାନ ମାନଂକୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରାଯାଇଛି l
ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଆଶୁତୋଷ କୁଲକରଣୀ ଙ୍କ ନିର୍ଧେଶ କ୍ରମେ ଆଜି ରାୟଗଡ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ତତ୍ୱାବଧନରେ ପୌର ସମ୍ମିଳନୀ କକ୍ଷରେ ଏକ ସମ୍ମାନିତ ସଭା ଅନୁଷ୍ଠିତ ହୋଇଯାଇଥିଲା l ସେଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ନବୀନ ଚନ୍ଦ୍ର ନାୟକ , ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁସ୍ମିତା ବାଉରୀ ଯୋଗ ଦେଇ ଚଇତି ଉଦ୍ଘାଟନ ଉତ୍ସବ ରେ ସାମିଲ ହୋଇ ଚଇତି କୁ ସାଫଲ୍ୟ କରିଥିବା ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା l ଫ୍ରେଣ୍ଡ୍ସ ୟୁଥ ଆସୋସିଏସନ ରାୟଗଡ ରମେଶ ପାୟସିଂ ,ଅନିଲ ବିଶ୍ୱାଳ , ଦିବାକର ଗୌଡ଼ , ଶିବାଜୀ ଦlଶ ଙ୍କୁ ସମ୍ମାନିତ କରାଯାଇଥିବା ବେଳେ ସୌଂଢିକ ସମାଜ ରାଜେନ୍ଦ୍ର ଚୌଧୁରୀ ,ବରିଷ୍ଠ ନାଗରିକ କଲ୍ୟାଣ ସଂଘ ସଭାପତି ବିନୋଦ ଚନ୍ଦ୍ର ପଣ୍ଡା ,ବାପି ପଟନାୟକ ,ଲେଡୀସ କ୍ଲବ ର କୋରଡ଼ା ରଜିତା , ୟଙ୍ଗ ଇଣ୍ଡିଆ ଦୀପକ ପୃଷ୍ଟି, ଅଜାଦ ହିନ୍ଦ ୟୁଥ ଆସୋସିଏସନ , ସାଇ ସେବା ସମିତି ,ଓକର କ୍ଲବ ,ବ୍ରାହ୍ମଣ ସଂଘ , ସୋସିଆଲ ୟୁଥ ଆସୋସିଏସନ ସୁଜିତ ପଣ୍ଡା , ବୈସ୍ୟ ସଂଘ ସଭାପତି କ୍ୱିଣ୍ଟାଲି ଅମରନାଥ ,ଲାଏନ୍ସ କ୍ଲବ ,ଜୁଏଲେରୀ ଆସୋସିଏସନ ପ୍ରମୁଖ ଅନୁଷ୍ଠାନ କୁ ସମ୍ମାନିତ କରାଯାଇଥିଲା l ଶେଷରେ ଶ୍ରୀ କୁଲଦୀପ ଧନ୍ୟବାଦ ଅର୍ପଣ କରୀଥିଲେ l
