ଚାଷୀ ପଞ୍ଜୀକରଣର ଆଜି ଶେଷ ତାରିଖ: ଆଉ ଅବଧି ବଢ଼ିବ ନାହିଁ କହିଲେ ସମବାୟ ମନ୍ତ୍ରୀ

ଧାନ କିଣାରେ ରେକର୍ଡ । 21.42 ଲକ୍ଷ ଚାଷୀଙ୍କ ପଞ୍ଜୀକରଣ ହୋଇ ସାରିଥିବା ବେଳେ ଯେଉଁମାନେ କରିନାହାନ୍ତି, ସେମାନଙ୍କ ପାଇଁ ଆଜି ରାତି ଗୋଟାଏ ଯାଏଁ ଶେଷ ସୁଯୋଗ ରହିଛି । ହେଲେ ଆଉ ଅବଧି ବଢ଼ିବ ନାହିଁ ବୋଲି କହିଛନ୍ତି, ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ lରବିବାର ସୁଦ୍ଧା ରାଜ୍ୟର ୨୧.୪୨ ଲକ୍ଷ ଚାଷୀ ଧାନ ବିକ୍ରି ପାଇଁ ନାଁ ପଞ୍ଜୀକରଣ କରିଛନ୍ତି। ଗତବର୍ଷ ୧୯ ଲକ୍ଷରୁ ଅଧିକ ଚାଷୀ ନାଁ ପଞ୍ଜୀକରଣ କରିଥିଲେ। ହେଲେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଛନ୍ତି।ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସରକାର ଧାନ ବିକ୍ରି ପାଇଁ ପଞ୍ଜୀକରଣ ଅବଧିକୁ ୭ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।ଧାନ ସଂଗ୍ରହ ସହିତ ସାର ଯୋଗାଣ ଉପରେ ମଧ୍ୟ ସରକାର ସମାନ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି । ସାର ବଣ୍ଟନରେ କୌଣସି ପ୍ରକାର ଅବହେଳା କିମ୍ବା ଅନିୟମିତତା ଦେଖାଗଲେ ସମ୍ପୃକ୍ତ ସାର ବ୍ୟବସାୟୀଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯାଉଛି । ଆବଶ୍ୟକ ପଡ଼ିଲେ ଲାଇସେନ୍ସ ନିଲମ୍ବନ ଓ ବାତିଲ ଭଳି କାର୍ଯ୍ୟାନୁଷ୍ଠାନ ମଧ୍ୟ କରାଯିବ ବୋଲି ସେ ସତର୍କ କରିଛନ୍ତି । ରାଜ୍ୟରେ ଏଥର ରେକର୍ଡ ସଂଖ୍ୟକ ପଞ୍ଜୀକରଣ ହେବା ଆଗାମୀ ଧାନ କ୍ରୟ ପ୍ରକ୍ରିୟାକୁ ଅଧିକ ବ୍ୟାପକ ଓ ସୁସଂଗଠିତ କରିବ ବୋଲି ଆଶା କରାଯାଉଛି ।

ଅଧିକ ପଢନ୍ତୁ