ଚିକେନ୍ ତରକାରୀ ପାଇଁ ସ୍ବାମୀ ଚାପୁଡ଼ାରେ ସ୍ତ୍ରୀ ମୃତ୍ୟୁ ।

ଚିକେନ୍ ତରକାରୀକୁ ନେଇ ଢେଙ୍କାନାଳ ଗଁନ୍ଦିଆ ଥାନା ଅନ୍ତର୍ଗତ ଧନିଆଁ ନାଳୀ ଗ୍ରାମର ମୁଣ୍ତାସାହିରେ ତୁମୁଳକାଣ୍ଡ ଘଟିଛି। ଚିକେନ୍ ତରକାରୀ କରି ନଥିବାରୁ ସ୍ତ୍ରୀଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରିଛି ନୃଶଂସ ସ୍ବାମୀ। ଗତକାଲି ବିଳମ୍ବିତ ରାତିରେ ଚିକେନ ତରକାରୀକୁ ନେଇ ସ୍ୱାମୀ ଜେନା ପିଙ୍ଗୁଆ ଓ ସ୍ତ୍ରୀ କୁନି ପିଙ୍ଗୁଆଙ୍କ ମଧ୍ୟରେ ଝଗଡା ହୋଇଥିଲା । ଚିକେନ ତରକାରୀ କରିବା ପାଇଁ ଜେନା ପିଙ୍ଗୁଆ ଘରେ ଟଙ୍କା ଦେଇଯାଇଥିଲେ । କିନ୍ତୁ କୁନି ପିଙ୍ଗୁଆ ଚିକେନ ତରକାରୀ କରିନଥିଲେ । ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା। ଚିକେନ୍ ତରକାରୀ କରି ନ ଥିବାରୁ ସ୍ତ୍ରୀକୁ ନିସ୍ତୁକ ମାଡ଼ ମାରିଥିଲା ଜେନା ପିଙ୍ଗୁଆ। ଏଥିରେ କୁନିର ମୁତ୍ୟୁ ଘଟିଥିଲା। ତେବେ ସୋମବାର ଖବର ପାଇ ଗଁନ୍ଦିଆ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଥିଲା। ଘରୁ ମହିଳାଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା।ଘଟଣା ପରେ ଘରୁ ପଳାଇଥିବା ସ୍ୱାମୀଙ୍କୁ ପୁଲିସ ଗିରଫ କରିଛି।

ଅଧିକ ପଢନ୍ତୁ

Odisha Darpan Digital