ଶିମଳିପାଳ ଅଣାଯାଇଥିବା ବାଘୁଣୀ ‘ଜିନ୍ନତ’ ଏବେ ଝାଡ଼ଖଣ୍ଡ ମୁହାଁ ହୋଇଛି। ଶିମିଳିପାଳ ଆରସିସିଏଫଙ୍କ ସୂଚନା ଅନୁସାରେ, ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’। ୧୫ ନଭେମ୍ବରରେ ‘ଜିନ୍ନତ’କୁ କୋର୍ ଏରିଆକୁ ଛଡ଼ାଯାଇଥିଲା। ତେବେ ‘ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଟିମ୍ ‘ଜିନ୍ନତ’ ଉପରେ ନଜର ରଖିଛି।ରବିବାର ରାତିରେ ଜିନ୍ନତ ବାଙ୍ଗିରିପୋଷି ରେଞ୍ଜ ଅଧିନ ଯୋକା ଅଞ୍ଚଳ ଦେଇ ଓଡ଼ିଶା ସୀମା ପାର କରି ଝାଡ଼ଖଣ୍ଡ ଜଙ୍ଗଲରେ ପ୍ରବେଶ କରିଛି। ତେବେ ଅନୁଧ୍ୟାନକାରୀ ଟିମ୍ ଜିନ୍ନତକୁ ପୁଣି ଶିମିଳିପାଳକୁ ଫେରାଇ ଆଣିବା ପାଇଁ ତା’ ପଛେ ପଛେ ରହିଛନ୍ତି। ଝାଡ଼ଖଣ୍ଡ ବନ ବିଭାଗ ସହିତ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଖୁବ୍ଶୀଘ୍ର ଜିନତକୁ ଫେରାଇ ଅଣାଯିବ।