ଟିଭିକେ ବିଜୟ ପରେ ଥଲାପତିଙ୍କ ଘରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ

ତାମିଲନାଡୁରେ ଶାସକ ଡିଏମକେକୁ ବଡ଼ ଝଟକା ଲାଗିଛି।ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ହାରି ଯାଇଛନ୍ତି। ତାଙ୍କୁ ହରାଇଛନ୍ତି ଟିଭିକେ ପ୍ରାର୍ଥୀ ଭିଏସ୍ ବାବୁ। କୋଲାଥୁର ଆସନରୁ ଟିଭିକେ ପ୍ରାର୍ଥୀ ଭିଏସ୍ ବାବୁଙ୍କ ଠାରୁ ୯ ହଜାର ଭୋଟ୍‌ରେ ହାରିଯାଇଛନ୍ତି ଡିଏମ୍‌କେ ସୁପ୍ରିମ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ।ନୂଆ ଦଳ ଟିଭିକେ ତାମିଲନାଡୁରେ ଯେଉଁଭଳି ଭାବେ ଆଗ୍ରସର ହେଉଛି, ସେଥିରେ ସାରା ଦେଶ ଆଶ୍ଚର୍ଯ୍ୟ। ବିଜୟଙ୍କ ଲୋକପ୍ରିୟତା ବିପୁଳ ଜନମର୍ଥନରେ ପରିଣତ ହୋଇଛି। ବର୍ତ୍ତମାନ ଟିଭିକେ ଏକକ ସଂଖ୍ୟା ଗରିଷ୍ଠ ଦଳ ହେବା ଦିଗରେ ଅଗ୍ରସର ହେଉଛି।ଟିଭିକେର ବିଜୟରେ ବିଜୟଙ୍କ ‘ଲେଡି ଲକ୍‌’ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଭାବରେ ବିବେଚନା କରାଯାଉଛି। ଆଜି ସେହି ‘ଲେଡି ଲକ୍‌’ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଜନ୍ମଦିନ। ତାଙ୍କ ନାମ ବିଜୟଙ୍କ ସହିତ ପ୍ରାୟତଃ ଯୋଡା ଯାଇଛି। ତାମିଲନାଡୁ ନିର୍ବାଚନର ଫଳାଫଳ ଘୋଷଣା ହେବା ପୂର୍ବରୁ ତ୍ରିଶା ପ୍ରାର୍ଥନା କରିବାକୁ ତିରୁମାଲା ମନ୍ଦିର ଯାଇଥିଲେ ଏବଂ ପରବର୍ତ୍ତୀ ସମୟରେ ବିଜୟଙ୍କ ବାସଭବନରେ ପହଞ୍ଚିଥିଲେ। ଏହାସହ ସେ ବିଜୟଙ୍କ ବାପା-ମା’ଙ୍କ ସହ ହ୍ବିସ୍‌ଲ୍‌ ବଜୋଇବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଅଧିକ ପଢନ୍ତୁ