ଟ୍ରମ୍ପଙ୍କୁ ବଡ଼ ଝଟକା, ୧ ଲକ୍ଷ ଡଲାର ଭିସା ଫିକୁ ରଦ୍ଦ କଲେ କୋର୍ଟ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା H-1Bଭିସା ଉପରେ ୧ ଲକ୍ଷର ଏକ ଭାରି ଶୁଳ୍କ ଯୋଜନାକୁ ଆମେରିକା କୋର୍ଟ ବାତିଲ କରିଛନ୍ତି । ଆମେରିକା କୋର୍ଟର ଏହି ନିଷ୍ପତ୍ତି କେବଳ ଭାରତୀୟ ଆଇଟି ପ୍ରଫେସନାଲ ଏବଂ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି ପ୍ରଦାନ କରିବ ନାହିଁ ବରଂ ଯେଉଁ କମ୍ପାନୀ ବିଦେଶୀ ସ୍କିଲ୍ କର୍ମଚାରୀଙ୍କୁ ନିଯୁକ୍ତ କରନ୍ତି ସେମାନଙ୍କୁ ମଧ୍ୟ ଲାଭ ପ୍ରଦାନ କରିବ ।। ପୂର୍ବରୁ ଏହି ନୀତି ଅନୁସାରେ H-1B ଭିସା ପାଇଁ ଉଚ୍ଚ ଶୁଳ୍କ ଦେବାକୁ ପଡ଼ୁଥିଲା, ଯାହା ଆମେରିକାରେ କାମ କରୁଥିବା ଫରେନ୍ ପ୍ରଫେସନାଲ ଓ ବିଶେଷକରି ଭାରତୀୟ ଆଇଟି କର୍ମଚାରୀଙ୍କୁ ପ୍ରଭାବିତ କରୁଥିଲା କିନ୍ତୁ ଏବେ ଫେଡରାଲ କୋର୍ଟ୍ ଏହି ନିଷ୍ପତ୍ତିକୁ ଖାରଜ କରିବା ପରେ ଆଇନଗତ ଅସ୍ପଷ୍ଟତା ଦୂର ହୋଇଛି ।ଏହା ଛଡ଼ା H-1B ଭିସା ପ୍ରକ୍ରିୟା ଆଗାମୀ ଦିନରେ ଅଧିକ ସହଜ ହେବାର ଆଶା ରହିଛି । ଏବେ ସମସ୍ତଙ୍କ ନଜର ରହିଛି ଆମେରିକା ସରକାରର ପରବର୍ତ୍ତୀ ପଦକ୍ଷେପ ଉପରେ ।

ଅଧିକ ପଢନ୍ତୁ