ଡାକ୍ତରୀ ଆନ୍ଦୋଳନ ଉପରେ ଲାଗିଲା ରୋକ । ୬ ମାସ ପାଇଁ ଏସମା ଲାଗୁ କଲେ ସରକାର

ଡାକ୍ତରୀ ଆନ୍ଦୋଳନ ଉପରେ ଲାଗିଲା ରୋକ । ରାଜ୍ୟରେ ଏସମା ଲାଗୁ କଲେ ସରକାର । ସରକାରୀ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଜାରି ରହିଥିବା ଆନ୍ଦୋଳନକୁ ଦୃଷ୍ଟିରେ ରଖି ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।ବିଭିନ୍ନ ଦାବି ନେଇ ଡାକ୍ତର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଡାକ୍ତରମାନେ ଓପିଡି ସେବା ୨ ଘଣ୍ଟା ପାଇଁ ବନ୍ଦ କରିଛନ୍ତି। ଫଳରେ ରୋଗୀମାନେ ହଇରାଣ ହେଉଛନ୍ତି।୬ ମାସ ଯାଏଁ ଧର୍ମଘଟ ସରକାର ମନା କରଛନ୍ତି । ରାଜ୍ୟରେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସେବାରେ ଯେପରି ବ୍ୟାଘାତ ନଉପୁଜିବ, ସେଥିପାଇଁ ସମଗ୍ର ରାଜ୍ୟରେ ‘ଅତ୍ୟାବଶ୍ୟକ ସେବା ରକ୍ଷଣାବେକ୍ଷଣ ଆଇନ’ (ESMA) ଲାଗୁ କରାଯାଇଛି । ଧର୍ମଘଟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲାଗୁ କଲେ ସରକାର ।

ଅଧିକ ପଢନ୍ତୁ