ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି NHରୁ ହଟିବେ ଗୋରୁ ଗାଈ। ପରିବହନ ବିଭାଗ, NHAI ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆକ୍ସନ। ରାସ୍ତା କଡ଼ରେ ପ୍ରତି ୧୦୦ କିମିରେ ହେବ ଗୋଟିଏ ଗୋଶାଳା। ଏନେଇ ସୂଚନା ଦେଇଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।NHରୁ ଗାଈଗୋରୁଙ୍କୁ ବାହାର କରାଯିବ।ରାସ୍ତାରୁ ପଶୁମାନଙ୍କୁ ସ୍ଥାନାନ୍ତରିତ କରିବ ପରିବହନ ବିଭାଗ। ଗୋଶାଳାର ରକ୍ଷଣାବେକ୍ଷଣା କରିବ ପ୍ରାଣୀ ସମ୍ପଦ ବିଭାଗ। ଏହା ଉପରେ ନଜର ରଖିବେ ସ୍ଥାନୀୟ SP। ପ୍ରତି ବ୍ଲକରେ ଗୋଶାଳା ଖୋଲିବା ପାଇଁ ଯୋଜନା ହୋଇଛି ବୋଲି କହିଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ । ରାସ୍ତା ଉପରେ ଗୋରୁ ଗାଈ ରହିବା ଦ୍ୱାରା ଦିନକୁ ଦିନ ବଡ଼ ବଡ଼ ଦୁର୍ଘଟଣା ଘଟୁଛି। ରାତିରେ ଅନ୍ଧାରରେ ଗାଈ ଦେଖା ନ ଯିବାରୁ ଦୁର୍ଘଟଣା ବଢ଼ୁଛି। ସହର ଓ ରାଜରାସ୍ତାରେ ମାଲିକମାନେ ଗାଈଗୋରୁଙ୍କୁ ଛାଡ଼ିଦେଉଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି ଏବଂ ଯାନବାହାନ ଧକ୍କାରେ ମୂକଜୀବମାନେ ମୃତ୍ୟୁବରଣ କରୁଛନ୍ତି।
